ଚିର ନିଦ୍ରାରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ,ରାସ୍ତା ପାଇଁ ହନ୍ତସନ୍ତ କୁମୁଲି ଗ୍ରାମବାସୀ

65

ବୋରିଗୁମ୍ମା : ରାସ୍ତା ମରାମତି ନେଇ ଦୀର୍ଘ ବର୍ଷର ଦୃଷ୍ଟି ଆକର୍ଷଣ ପରେ ବି ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିରବ ଯୋଗୁଁ  ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଏପଟେ ଲୋକେ ହନ୍ତସନ୍ତ ହେଉଛନ୍ତି କିନ୍ତୁ ବିଭାଗୀୟ ବାବୁ ମାନଙ୍କ ଆଖିରେ ପଡୁନି ଶୋଚନିୟ ହୋଇ ପଡ଼ିଥିବା ରାସ୍ତା ଉପରେ । ନିର୍ମାଣ ଅଭାବରୁ ଖାଲ ଢେପରେ ଭର୍ତ୍ତି  ଦୀର୍ଘ ବର୍ଷ ହେଲା ରାସ୍ତାଟି ସମ୍ପୂର୍ଣ୍ଣ ମରଣଯନ୍ତା ପାଲଟି ଯାଇଛି । ବହୁ ବାର ଦାବି ପରେ ମଧ୍ୟ ଉକ୍ତ ବିଭାଗ କାହିଁକି ଚୁପ ବସିଛି ସେ ନେଇ ଉଙ୍କି ମାରୁଛି ପ୍ରଶ୍ନ । ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀ ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ରାସ୍ତା ନିର୍ମାଣ ପାଇଁ ବିଭାଗ କାହିଁକି ହାତ ବାନ୍ଧି ନିରୁପାୟ ଭାବେ ଚୁପ ବସିଛି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।ଏହା ହେଉଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଅନ୍ୟ ଏକ ପ୍ରମୂଖ ଗ୍ରାମ କୁମୁଲିର ମୁଖ୍ୟରାସ୍ତା ।କୁମୁଲି ସହିତ ଅଞ୍ଚଳର ୧୫ଟି ପଂଚାୟତ ଲୋକଙ୍କର ଏହି ରାସ୍ତା ଲାଇଫ ଲାଇନ ହୋଇ ଥିବାରୁ ଏହି ରାସ୍ତା ଦେଇ ହିଁ ଯାତାୟାତ ହୋଇଥାଏ ।

ଦୀର୍ଘ ବର୍ଷ ହେବ ଏହି ରାସ୍ତାଟି ମରାମତି ଅଭାବରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । କୁମୁଲି ହାଟପଦା ଠାରୁ ସରକାରୀ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଖାଲ ଢେପ ହୋଇ ସ୍ଥାନେ ସ୍ଥାନେ ପାଣି ଜମି ରହୁଛି । ଏହି ରାସ୍ତାର ମରାମତି ପାଇଁ ବିଭିନ୍ନ ସମୟରେ ଦାବି ହେଉଥିଲେ ମଧ୍ୟ ବିଭାଗୀୟ ବଡ଼ ବାବୁ ମାନଙ୍କ ଦାୟିତ୍ୱ ହୀନତା ପାଇଁ ଲୋକେ ବହୁ ଅସୁବିଧାରେ ପଡୁଛନ୍ତି। ଏହି ରାସ୍ତା ବ୍ୟାଙ୍କ,ହାଇସ୍କୁଲ, ପୋଷ୍ଟ ଅଫିସ,ସାପ୍ତାହିକ ହାଟ, ବିସିଂହପୁର ଥାନା, କଲେଜ ସହିତ ଯୋଡ଼ିତ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।ଏ ସମସ୍ୟା ନେଇ ଗ୍ରାମବାସୀ ସହିତ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରୁଛନ୍ତି ହେଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁ ନାହିଁ । ଏପଟେ ଲୋକଙ୍କ ଯାତାୟାତରେ ଅସୁବିଧା ହେଉଛି ସେପଟେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ବଡ଼ ବଡ଼ ବାବୁ ମାନେ ଏ ରାସ୍ତାଟି କିପରି ହେବ ସେ ଦିଗରେ କିଛି ପଦକ୍ଷେପ ଗ୍ରହଣ ନ କରିବାରୁ ଜନ ଅସନ୍ତୋଷ ଦେଖା ଦେଇଛି  । ରାସ୍ତା ଟି ମରଣଯନ୍ତା ପାଲଟି ଯାଇଥିବାରୁ କେତେବେଳେ କୋଣସି ବଡ଼ ଦୁର୍ଘଟଣା ଘଟି ପାରେ ବୋଲି ଗ୍ରାମବାସୀ ମାନେ କହିଛନ୍ତି । 

Comments are closed.