ଆଗକୁ ପଞ୍ଚାୟତ ନିର୍ବାଚନ : ଫୋକସ୍ ରେ ମହିଳା ଭୋଟର

69

ଭୁବନେଶ୍ୱର : ଆଗକୁ ପଞ୍ଚାୟତ ନିର୍ବାଚନ । ଫୋକସ୍ ରେ ମହିଳା ଭୋଟର । ଗୋଟିଏ ପରେ ଗୋଟିଏ ଯୋଜନା କରି ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ମିଶନ ଶକ୍ତିର ମା’ଙ୍କୁ ଅଧିକରୁ ଅଧିକ କାମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି । ଦରକାର ପଡ଼ିଲେ ପାରିଶ୍ରମିକ ବୃଦ୍ଧି କରିବା ସହିତ ଯେଉଁ ଗାଁରେ ବ୍ୟାଙ୍କ ନଥିବ, ସେଠାରେ ମିଶନ ଶକ୍ତିର ମା’ମାନଙ୍କୁ ବ୍ୟାଙ୍କ କରେସ୍ପୋଣ୍ଡେଣ୍ଟ ଭାବେ ନିଯୁକ୍ତି ଦିଆଯିବ । ୨୦୨୦-୨୧ରେ ମିଶନ ଶକ୍ତିକୁ ୧୨୦୦ କୋଟି ଟଙ୍କାର ସରକାରୀ କାମ ଦିଆଯାଇଛି । ଗାଁ ଗାଁରେ ସରକାରଙ୍କ ଉପଲବ୍ଧି ବି ମିଶନ ଶକ୍ତିର ମହିଳାମାନେ ପହଞ୍ଚାଉଛନ୍ତି । ଅନ୍ୟପକ୍ଷରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡରେ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ଯେଉଁଥିରେ ଘରର ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ପଞ୍ଚାୟତ ନିର୍ବାଚନରେ ସରପଞ୍ଚଙ୍କଠାରୁ ଆରମ୍ଭକରି ଜିଲ୍ଲା ପରିଷଦ ଆସନ ସଂରକ୍ଷଣରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି ।ବିଜେଡି ସହିତ ଗାଁର ମହିଳାମାନେ ଯୋଡି ହୋଇ ରହିଆସିଛନ୍ତି । ରୋଷେଇ ଘର ମହଙ୍ଗା ମାଡର ପ୍ରତିବାଦ କରି ବିଜୁ ଜନତା ଦଳ ରାଜରାସ୍ତାରେ ଓହ୍ଲାଇବ । ଅନ୍ୟପକ୍ଷରେ ମହିଳା ଅସୁରକ୍ଷିତ,ମମିତାଙ୍କ ନ୍ୟାୟ ଦାବି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ମଧ୍ୟ ମହିଳା ଭୋଟରଙ୍କୁ ହାତେଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

Comments are closed.