କୃଷି ଆଇନ ପ୍ରତ୍ୟାହର ନିଷ୍ପତ୍ତିକୁ ନବୀନ ପଟନାୟକ କଲେ ସ୍ୱାଗତ

75

ଭୁବନେଶ୍ୱର : ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଛନ୍ତି । ଦେଶ ତଥା ଚାଷୀର ସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଛି । ଯାହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ସେ ଟ୍ୱିଟ କରି ଏହା କହିଛନ୍ତି ।

ସେ କହିଛନ୍ତି ଯେ ଚାଷୀଙ୍କ ପରିବାର ଓ ଚାଷ ଜମି ତାଙ୍କୁ ଅପେକ୍ଷା କରିଛି । ଘରକୁ ଫେରିଲେ ସେମାନେ ସ୍ୱାଗତ କରିବେ । ଚାଷୀଙ୍କ ସ୍ୱାର୍ଥକୁ ବିଜେଡି ସବୁବେଳେ ସମର୍ଥନ କରିଆସିଛି ବୋଲି ମଧ୍ୟ ସେ କହିଛନ୍ତି ।

Comments are closed.