ଖାଲି ପେଟରେ ତୁଳସୀ ଖାଇଲେ ମିଳେ ବହୁତ ଉପକାର

72

ଧାର୍ମିକ ରୂପରେ ତୁଳସୀ ଗଛକୁ ବହୁତ ପବିତ୍ର ଭାବେ ଗ୍ରହଣ କରାଯାଏ । ଘରେ କିମ୍ବା ଅଗଣାରେ ତୁଳସୀ ଗଛ ଲଗାଇବା ଶୁଭ ମାନାଯାଏ । ଏହାକୁ ଘରେ ରଖିଲେ ଘରୁ ନକରାଞଗକ ପ୍ରଭାବ ଦୁରେଇ ସୁଖ ସମୃଦ୍ଧି ଆସିଥାଏ । ତୁଳସୀର ଧାର୍ମିକ ରୂପରେ ଯେମିତି ଗୁରୁତ୍ୱ ଅଛି ଆୟୁର୍ବେଦରେ ମଧ୍ୟ ତାର ମହତ୍ତ୍ୱ ରହିଛି । ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ସକାଳେ ଖାଲି ପେଟରେ ତୁଳସୀ ଖାଇବା ବହୁତ ପ୍ରଭାବକାରୀ ହୋଇଥାଏ । ଏହା ଅନେକ ପୋଷକ ତତ୍ୱରେ ଭରପୁର । ତୁଳସୀ ଖାଇଲେ ଆମ ଶରୀରରେ ଛୋଟରୁ ବଡ଼ ରୋଗ ଭଲ ହୋଇଥାଏ । ତୁଳସୀରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଏହି ଗୁଣ ଆମ ପେଟ ସମ୍ବନ୍ଧୀୟ ସମସ୍ୟା ଯଥା ବଦବଜମି, ପେଟ ଜଳାପୋଡ଼ା, ଏସିଡିଟି ଭଳି ରୋଗକୁ ଦୁର କରିବାରେ ସାହାଯ୍ୟ କରେ ।

ଆମ ଶରୀରରେ ପିଏଚ୍ ସ୍ତରକୁ ସନ୍ତୁଳିତ ରଖିବାରେ ତୁଳସୀ ବହୁତ ପ୍ରଭାବି ହୋଇଥାଏ । ଛାତି ପାଇଁ ବହୁତ ଲାଭଦାୟକ । ହଜମ ପାଇଁ ମଧ୍ୟ ବହୁତ ଲାଭଦାୟକ । ତୁଳସୀ ତ୍ୱଚାରେ ଚମକ ଆଣିବାରେ ପ୍ରଭାବଶାଳୀ । ଏହା ମାନସିକ ଚାପ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତୁଳସୀ ସେବନ ଦ୍ୱାରା ଥଣ୍ଡା କାଶ ଦୁର ହୋଇଥାଏ । ତୁଳସୀ ସେବନ ଦ୍ୱାରା ବହୁତ ରୋଗରୁ ମୁକ୍ତି ମିଳେ । ତୁଳସୀ ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଏହାଦ୍ୱାରା ଶ୍ୱାସକ୍ରିୟା ଦୁର୍ଗନ୍ଧରୁ ମଧ୍ୟ ମୁକ୍ତି ମିଳେ । ତୁଳସୀ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ ।

Comments are closed.