କିଏ ହେବେ ରାଜ୍ୟର ପରବର୍ତ୍ତୀ ଡିଜିପି : ଚର୍ଚ୍ଚାରେ ୬ ବରିଷ୍ଠ ଆଇପିଏସ୍ ଙ୍କ ନାମ

67

ଭୁବନେଶ୍ୱର : ଆସନ୍ତା ଡିସେମ୍ବରରେ ଅବସର ନେବେ ଡିଜି ଅଭୟ । ତାଙ୍କ ପରେ ଏହି ଆସନରେ କିଏ ବସିବେ ସେଥିନେଇ ଚର୍ଚ୍ଚା ଜାରି ରହିଛି । ବରିଷ୍ଠତା ଭିତ୍ତିରେ ଯେଉଁମାନଙ୍କ ନାଁ ଚର୍ଚ୍ଚାରେ ରହିଛି ସେମାନଙ୍କ ଭିତରେ ଅଛନ୍ତି ୧୯୮୬ ବ୍ୟାଚ୍ର ଆଇପିଏସ୍ ପ୍ରଦୀପ କପୁର ଏବଂ ବି.କେ.ଶର୍ମା । ୧୯୮୭ ବ୍ୟାଚ୍ ର ଆଇପିଏସ୍ ସୁନିଲ କୁମାର ବଂଶଲ, ୧୯୮୮ ବ୍ୟାଚ୍ର ମନୋଜ କୁମାର ଛାବ୍ରା, ସନ୍ତୋଷ ଉପାଧ୍ୟାୟ, ବିନୋଦ ଝା ଏବଂ ଅରୁଣ କୁମାର ରାୟ । ନୂଆ ପୋଲିସ ମୁଖିଆ ନିଯୁକ୍ତି ନେଇ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଯୋଗ୍ୟ ପୋଲିସ ଅଧିକାରୀଙ୍କ ଏକ ତାଲିକା ୟୁପିଏସ୍ସିକୁ ପଠାଇବେ । ୟୁପିଏସ୍ସି ଏହି ୭/୮ଜଣଙ୍କ ମଧ୍ୟରୁ ୩ଜଣଙ୍କ ନାଁ ରାଜ୍ୟ ସରକାରଙ୍କୁ ପଠାଇବେ । ଏହି ତିନୋଟି ନାଁରୁ ଜଣଙ୍କୁ ରାଜ୍ୟ ସରକାର ପୋଲିସ ଡିଜି ଭାବେ ନିଯୁକ୍ତି ଦେବେ ।

ସୂଚନାଯୋଗ୍ୟ ଯେ, ୨୦୧୮ ଜୁଲାଇରେ ସୁପ୍ରିମ୍କୋର୍ଟଙ୍କ ରାୟ ଥିଲା, ଯିଏ ଡିଜିପି ହେବେ ତାଙ୍କ କାର୍ଯ୍ୟକାଳ ଦୁଇବର୍ଷ ରହିବ । ନିଯୁକ୍ତି ପ୍ରକ୍ରିୟା ସମୟରେ ଯେଉଁ ଅଧିକାରୀଙ୍କ କାର୍ଯ୍ୟକାଳ ଅଳ୍ପ କିଛି ଥିବ, ତାଙ୍କୁ ଏଡାଇ ଦେବାକୁ ରାଜ୍ୟଗୁଡ଼ିକ ପରାମର୍ଶ ଦିଆଯାଇଥିଲା । ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ସେହି ଅଧିକାରୀଙ୍କୁ ବାଛିବେ, ଯେଉଁମାନଙ୍କ କାର୍ଯ୍ୟକାଳରେ ଯଥୋଚିତ ସମୟ ରହିଥିବ । ଏହି ପ୍ରକ୍ରିୟା ଯୋଗୁ ବହୁ ଯୋଗ୍ୟ ଅଧିକାରୀ ଡିଜି ପଦବୀରୁ ବାଦ୍ ପଡ଼ିଥିଲେ । ତେଣୁ ଏହାକୁ ନେଇ ପୁଣି ଥରେ ସୁପ୍ରିମ୍କୋର୍ଟରେ ଆବେଦନ ହୋଇଥିଲା । ୨୦୧୯ରେ ଜଷ୍ଟିସ୍ ରଞ୍ଜନ ଗୋଗେଇଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟରେ କହିଥିଲେ, ଡିଜି ଚୟନ ସମୟରେ ଯେଉଁ ଅଧିକାରୀଙ୍କ ଚାକିରି କାଳ ସର୍ବନିମ୍ନ ୬ମାସ ଥିବ ସେମାନଙ୍କ ନାଁ ବିଚାରକୁ ନିଆଯାଇପାରିବ ।

Comments are closed.