ବାରହା ଶିକାର ପାଇଁ ନିଜେ ବସାଇଥିବା ଜାଲରେ ପଡି ଦୁଇ ଶିକାରୀଙ୍କ ମୃତ୍ୟୁ

68

ବୌଦ୍ଧ : ବାରହା ଶିକାର କରିବା ପାଇଁ ବିଦ୍ୟୁତ ତାର ଓ ଅନ୍ୟ ସରଞ୍ଜାମ ବ୍ୟବହାର କରି ଜାଲ ବିଛାଇଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ଶିକାରୀମାନେ ନିଜେ ବସାଇଥିବା ଜାଲରେ ନିଜେ ପଡିଗଲେ । ଜାଲରେ ପଡି ଶିକାରୀ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାଟି ଘଟିଛି ବୌଦ୍ଧ ଜିଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ପିପଲମୁଣ୍ଡା ଜଙ୍ଗଲରେ । ଟିକରପଡା ଗ୍ରାମପଂଚାୟତର କୁରକୁଜ ଗ୍ରାମର ବସ୍ତିଆନନ୍ଦ ଦେହୁରୀ ନାମକ ଜଣେ ଶିକାରୀ ଅନ୍ୟଜଣେ ଶିକାରୀ ରାମ୍ଭିକଟା ଗ୍ରାମର କଇରା ବାଘକୁ ସାଙ୍ଗରେ ଧରି କାଲି ରାତିରେ ନିକଟସ୍ଥ ଜଙ୍ଗଲକୁ ବାରହା ଶିକାର କରି ଯାଇଥିଲା ବୋଲି ସୂଚନାରୁ ଜଣାପଡିଛି । ଆଜି ସକାଳୁ ଦୁଇଜଣଙ୍କ ମୃତଦେହ ଦେଖି ଗ୍ରାମବାସୀମାନେ ଖବର ଦେବାପରେ ପୋଲିସ ଓ ଜଙ୍ଗଲ ବିଭାଗୀୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛନ୍ତି ।

Comments are closed.