ମାଓବାଦୀଙ୍କ ଯୋଜନାକୁ ପଣ୍ଡ କଲେ ବି ଏସ୍ ଏଫ୍ ଯବାନ

70

ମାଲକାନାଗିରି : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ନିଜର ପତିଆରା ଜାହିର କରିବାକୁ ଚେଷ୍ଟା କରିଥିଲେ ମାଓବାଦୀ, ମାଓବାଦୀଙ୍କ ଏହି ଯୋଜନାକୁ ପଣ୍ଡ କଲେ ବିଏସଏଫ ଯବାନ । ଆଜି ଏପରି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଢି ପଞ୍ଚାୟତର ବାଲିମେଳା ଛକ – ଡାଈକ ୩ ମୁଖ୍ୟ ରାସ୍ତାର ଖଡିକାଝୋଡି ପୋଲ ନିକଟରେ ଥିବା ଏକ ବୃକ୍ଷରେ ବିସ୍ଫୋରକ ଆଇଡି ଖଞ୍ଜା ଯାଇଥିବା ଦେଖିବାକୁ ମିଳିଛି । ଉକ୍ତ ବିସ୍ଫୋରକ ଆଇଡିରୁ ଏକ ବିଦ୍ୟୁତ ତାର କିଛି ଦୂରରେ ଥିବା ଏକ ବ୍ୟାଟେରୀକୁ ସଂଯୋଗ କରାଯିବା ସହ ତାରଟି ଘଞ୍ଚ ଜଙ୍ଗଲ ମଧ୍ୟକୁ ଲମ୍ବିଥିବା ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ପ୍ରାୟ ୧୦ ଘଣ୍ଟିକା ସମୟରେ ଚିତାପାରୀ-୩ ଗ୍ରାମରେ ମୃତୟନ ଥିବା ୧୪୪ ବିଏନ ବିଏସଏଫ ବାଟାଲିୟନର ଯବାନ ମାନେ କୂମ୍ବିଂରେ ଯାଇଥିବା ବେଳେ ମେଟାଲ ଡ଼ିଟେକଟର ସାହାର୍ଯ୍ୟରେ ଏହି ଆଇଡି ଖଞ୍ଜା ଯାଇଥିବା ଦେଖିଥିଲେ । ପରେ ଏହି ଅଞ୍ଚଳକୁ ସିଲ କରିବା ସହ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ମୁଖ୍ୟ ରାସ୍ତା ଦେଇ ଯାତାୟାତ କରୁଥିବା ଲୋକ ମାନଙ୍କୁ ଅଟକାଇ ଦିଆଯାଇଥିଲା ଏବଂ ବୃକ୍ଷରେ ଲାଗିଥିବା ଆଇଡି ଟିକୁ ନିଷ୍କ୍ରିୟ କରିବା ନିମନ୍ତେ ମାଲକାନଗିରିରୁ ବିଏସଏଫର ଏକ ସ୍ୱତନ୍ତ୍ର ବମ୍ବ ସ୍କ୍ୱାର୍ଡ ଟିମ କୁ ଡକାଇ ବ୍ୟାଟେରୀ ଓ ବିଦ୍ୟୁତ ତାରକୁ ଜବତ କରାଯିବା ସହ ଉକ୍ତ ଆଇଡି ନିଷ୍କ୍ରିୟ କରିବାରେ ସକ୍ଷମ ହୋଇଥିଲେ । ପରେ ଏହି ଘଟଣାକୁ ଦୃଷ୍ଟିରେ ରଖି ବିଏସଏଫ ଯବାନ ମାନଙ୍କ ପକ୍ଷରୁ ଉକ୍ତ ଅଞ୍ଚଳରେ କୂମ୍ବିଂଙ୍କୁ ଜୋରଦାର କରାଯାଇଥିବା ବିଏସଏଫ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ଖଡ଼ିକାଝୋଡି ଅଞ୍ଚଳଟି ବାଲିମେଳା ଏନଏସି କୁ ଲାଗି ରହିଥିବା ସହ ଏହି ଅଞ୍ଚଳରେ ଏକ ଜଳପ୍ରପାତ ଥିବା ହେତୁ ବର୍ଷ ତମାମ ଏଠି ବଣ ଭୋଜି ର ଆସର ଜମି ଥାଏ ତେବେ ବର୍ତ୍ତମାନ ଏହି ଘଟଣା ଘଟିବା ଦ୍ୱାରା ଏହି ଅଂଚଳ ତଥା ଏହାର ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Comments are closed.