ଆନ୍ଧ୍ରରେ ଭୟଙ୍କର ବନ୍ୟା ବିତ୍ପାତ : ନଦୀରେ ଭାସୁଛି ଶହ ଶହ ମୃତଦେହ

71

ତିରୁପତି : ବଙ୍ଗୋପସାଗରେ ହୋଇଥିବା ଡିପ୍ରେସନ ହେତୁ ଗତ ଗୁରୁବାରଠାରୁ ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା ହେବାରେ ଲାଗିଛି । ଏଥିଯୋଗୁ ବିଭିନ୍ନ ନଦୀ ଉଛୁଳି ଭୟଙ୍କର ବନ୍ୟା ଆସିଛି । ଏହି ବନ୍ୟାରେ ପ୍ରାୟ ୧୭ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ନଦୀରେ ଶହ ଶହ ମୃତଦେହ ଭାସୁଛି । ଆନ୍ଧ୍ରର ୪ ଜିଲ୍ଲା ଚିତ୍ତୋର, କଡ଼ପା,କରନୋଣଲ ଓ ଅନନ୍ତପୁରରେ ଏହିପରି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛ । ଏହି ୪ ଜିଲ୍ଲାର ପ୍ରାୟ ଶହେରୁ ଅଧିକ ଲୋକ ନିଖୋଜ ହୋଇ ଯାଇଥିବା ଜଣାଯାଇଛି । ପାଣିରେ ବହୁ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ପ୍ରାୟ ୭ଟି ଏନ୍ଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ରାମପୁରମ ନିକଟରେ ୩ଟି ଯାତ୍ରୀବାହୀ ବସ୍ ଭାସିଯାଇଥିବା ଜଣାଯାଇଛି । ଅଗ୍ନିଶମ ବାହିନୀ କର୍ମଚାରୀ ବହୁ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣ ଭାସି ଯାଇଛନ୍ତି । ରାୟଭରମ ନିକଟବର୍ତ୍ତୀ ଗାନ୍ଦୁଲୁରରୁ ବହୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମଣ୍ଡପଲ୍ଲୀଠାରୁ ୨ଟି ଉଦ୍ଧାର ହୋଇଛି । ୩ଟି ଗାଁ ମଣ୍ଡପଲ୍ଲୀ, ଅକ୍କେପାଡୁ, ନାଦାଲୁରୁ ଗାଁର ୩୦ ଜଣ ବନ୍ୟା ଜଳରେ ଭାସି ଯାଇଥିବା ବେଳେ ସେମାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ବନ୍ୟା ଯୋଗୁ ରେଲୱେ ଟ୍ରାକ୍ ଓ ନ୍ୟାସନାଲହାଇୱେ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ଏଥିଯୋଗୁ ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କଡ଼ପା ଏୟାରପୋର୍ଟକୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ନାଦାଲୁର ଓ ରାଜମ୍ପଟ ମଧ୍ୟରେ ଥିବା ରେଳ ସେବାକୁ ଅନ୍ୟ ଦିଗରେ ଡାଇଭର୍ଟ କରାଯାଇଛି । ତୁଙ୍ଗଭଦ୍ରା ନଦୀରେ ବନ୍ୟା ଜଳ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ୩୯ ବର୍ଷରେ ଏହା ପ୍ରଥମ ଥର ପାଇଁ ଘଟିଛି । ତୁଙ୍ଗଭଦ୍ରା ନଦୀରେ ପାଣି ଉଛୁଳିକି ରହିଛି । ଏପରିକି ନଦୀର ୧୨ଟି ଗେଟ୍ ଖୋଲିବାକୁ ଆଲୋଚନା ଚାଲିଛି । ଏହାଦ୍ୱାରା ତଳ ଅଞ୍ଚଳରେ ଅଧିକ ବନ୍ୟା ହେବାର ଆଶଙ୍କା ରହିଛି ।

Comments are closed.