ବୀମା କମ୍ପାନୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା : ଯାହାବି ହେଉ ଦେବାକୁ ପଡିବ କ୍ଷତିପୂରଣ

68

-ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ ରଦ୍ଦ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମୋଟର ଦୁର୍ଘଟଣାରେ ମୃତାହତଙ୍କ ପରିବାରଙ୍କ ଲାଗି ବୀମା କମ୍ପାନୀଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନର ମାର୍ଗ ପ୍ରଶସ୍ତ କରିଦେଇଛନ୍ତି । ଏଥିରେ ଯାହାବି ହେଉ ବୀମା କମ୍ପାନୀଙ୍କୁ କ୍ଷତିପୂରଣ ଦେବାକୁ ପଡିବ ବୋଲି ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏମ.ଆର.ଶାହ ଓ ଜଷ୍ଟିସ ସଞ୍ଜୀବ ଖାତ୍ତାଙ୍କ ପୀଠ ରାୟ ଉଲ୍ଲେଖ କରିଛନ୍ତି । ମାମଲାରୁ ପ୍ରକାଶ ଯେ ୧୨ ସେପ୍ଟେମ୍ବର ୨୦୧୨ରେ ଜନୈକ ବିଇ ତୃତୀୟ ବର୍ଷ ୨୧ ବର୍ଷ ବୟସ୍କ ଛାତ୍ର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ମୃତକ ଦାବିଦାରଙ୍କ ପୁତ୍ର । ମାମଲାରେ ମୋଟର ଦୁର୍ଘଟଣା ନ୍ୟାଧିକରଣ ପ୍ରଭାବିତ ପରିବାରଙ୍କ ଲାଗି ୧୨ ଲକ୍ଷ ୮୫ ହଜାର ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିଥିବା ବେଳେ ପରିବାର ଭରଣପୋଷଣ ଲାଗି ମାସିକ ୧୫ ହଜାର ଟଙ୍କା ପୈଠ ଲାଗି ନିର୍ଦ୍ଦେଶ ଦେଇଥିଲେ । ତେବେ ବୀମା କମ୍ପାନୀ ନ୍ୟାୟାଧିକରଣଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିଥିବା ବେଳେ କୋର୍ଟ କ୍ଷତିପୂରଣ ରାଶି ୬ ଲକ୍ଷକୁ ହ୍ରାସ କରିଥିଲେ ଓ ମୃତକଙ୍କ ପରିବାର ଭରଣ ପୋଷଣ ଲାଗି ମାସିକ ରାଶି ୫ ହଜାର ଟଙ୍କା ଧାର୍ଯ୍ୟ କରିଥିଲେ । ଏଣୁ ଦାବିଦାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କୋର୍ଟ ଯେ କୌଣସି ପରିସ୍ଥିତିରେ କ୍ଷତିପୂରଣ ନିଶ୍ଚିତ
ଦେବାକୁ ପଡିବ ବୋଲି କହିଛନ୍ତି । ଏଥିରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିଥିବା ବେଳେ ଆବେଦନର ତାରିଖରୁ ଏପର୍ଯ୍ୟନ୍ତ ବାର୍ଷିକ ୭ ପ୍ରତିଶତ ହାରରେ ମୋଟ ୧୫ ଲକ୍ଷ ୮୨ ହଜାର ଟଙ୍କା କ୍ଷତିପୂରଣ ପୈଠ କରିବାକୁ କହିଛନ୍ତି ।

ସେହିପରି ମାସିକ ଭରଣ ପୋଷଣ ଲାଗି ମଧ୍ୟ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ମାମଲାର ଶୁଣାଣିରେ ବ୍ୟାଙ୍କ ଅଫ ଇଣ୍ଡିଆ ମୃତକ ଛାତ୍ର ସିଭିଲ ଇଞ୍ଜିନିୟରିଂରେ ତୃତୀୟବର୍ଷ ଛାତ୍ର ଥିଲେ । ୨୦୧୨ ସର୍ବନିମ୍ନ ପାରିଶ୍ରମିକ ଅଧିନିୟମ ଅଧାରରେ କୁଶଳୀ ଶ୍ରମିକଙ୍କୁ ଦେଶରେ ମାସିକ ୫ ହଜାର ଟଙ୍କା ବେତନ ଦିଆଯାଉଥିବାର ତର୍କ ରଖିଥିଲେ । ତେବେ ବ୍ୟାଙ୍କର ତର୍କକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେବା ସହ ଦୁର୍ଘଟଣାରେ ପ୍ରାଣ ହରାଇବା ବେଳକୁ ମୃତକ ଛାତ୍ର ଥିଲେ କୌଣସି ସଂସ୍ଥାନରେ କାମ କରୁନଥିଲେ କି ବେତନ ପାଉନଥିଲେ ବୋଲି କହିଛନ୍ତି । ଏଣୁ କାହାର ଭବିଷ୍ୟତର ଆୟ ନିର୍ଦ୍ଧାରଣ କରାଯାଇ ନପାରେ ବୋଲି କହିବା ସହ ସେହି ଅନୁସାରେ କ୍ଷତିପୂରଣ ଓ ଅନ୍ୟ ଆନୁଷଙ୍ଗିକ ପୈଠ ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.