ଇପିଏଫ୍ ଖାତାଧାରୀଙ୍କୁ ବଡ଼ ରିହାତି ଚାକିରି ବଦଳିଲେ ବି ଗୋଟିଏ ପିଏଫ୍ ଆକାଉଣ୍ଟ

53

ନୂଆଦିଲ୍ଲୀ : ଦେଶର ୫ କୋଟିରୁ ଅଧିକ ଇପିଏଫ୍ ଖାତାଧାରୀଙ୍କ ପାଇଁ ବଡ଼ ଖବର । ଏବେ ସେମାନେ ଚାକିରି ଯେତେଥର ବଦଳାଇଲେ ବି ସେମାନଙ୍କ ପିଏଫ୍ ଆକାଉଣ୍ଟ ସ୍ଥାନାନ୍ତର କରିବାକୁ ପଡ଼ିବ ନାହିଁ । ଚାକିରି ବଦଳାଇବା ପରେ ପୁରୁଣା ଆକାଉଣ୍ଟ ନୂଆ ପିଏଫ୍ ଆକାଉଣ୍ଟରେ ଆପଣାଛାଏଁ ମିଶିଯିବ । ସେହିଭଳି ପୁରୁଣା ଆକାଉଣ୍ଟରେ ଥିବା ସବୁତକ ଟଙ୍କା ମଧ୍ୟ ଆପେ ନୂଆକୁ ଚାଲିଆସିବ । ଉପଭୋକ୍ତା ଚାହିଁଲେ ସେମାନଙ୍କ ପୁରୁଣା ଆକାଉଣ୍ଟକୁ ନୂଆ ଚାକିରିରେ ବି ଜାରି ରଖିପାରିବେ । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍ଓ)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ଶନିବାର ଏହି ନିଷ୍ପତ୍ତି ନେଇଛି । ଏଥିପାଇଁ ଏକ କେନ୍ଦ୍ରୀକୃତ ଆଇଟି ବ୍ୟବସ୍ଥା ନିର୍ମାଣ ନିମନ୍ତେ ମଞ୍ଜୁରି ପ୍ରଦାନ କରିଛି ସିବିଟି । ଏହା ବ୍ୟତୀତ ଇପିଏଫ୍ଓର ନିବେଶ କମିଟିକୁ ଅଧିକ କ୍ଷମତା ଦେବା ଲାଗି ମଧ୍ୟ ନିଷ୍ପତ୍ତି ହୋଇଛି । ଇପିଏଫ୍ଓ ପାଙଋିକୁ ନିବେଶ ଲାଗି ଅଧିକ ବିକଳ୍ପ ମିଳିବ । ସାମାଜିକ ସୁରକ୍ଷା କୋଡ୍ ଲାଗୁ କରିବା ଏବଂ ସଦସ୍ୟଙ୍କ ପେନ୍ସନ ବଢ଼ାଇବା ପାଇଁ କମିଟି ଗଠନ
ଲାଗି ମଧ୍ୟ ନିଷ୍ପତ୍ତି ହୋଇଛି । ଶ୍ରମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିବିଟି ବୈଠକରେ ଏହିସବୁ ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମ୍ଜିକେୱାଇ) ଅନୁସାରେ କୋଭିଡ-୧୯ ମହାମାରୀ ବେଳେ ଉପଭୋକ୍ତାଙ୍କ ଆର୍ଥିକ ଆବଶ୍ୟକତା ପୂରଣ ଲାଗି ସ୍ୱତନ୍ତ୍ର ଉଠାଣ ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ଆଇନରେ କିଛି ସଂଶୋଧନ ଅଣାଯାଇଥିଲା । ସଂଶୋଧନ ମୁତାବକ ୩ ମାସ ପାଇଁ ମୂଳ ବେତନ ଓ ମହଙ୍ଗା ଭତ୍ତାର ସୀମା ପର୍ଯ୍ୟନ୍ତ ଅଥବା ଇପିଏଫ୍ ଆକାଉଣ୍ଟରେ ସଦସ୍ୟଙ୍କ ମୋଟ ରାଶିର ୭୫% ପର୍ଯ୍ୟନ୍ତ ପାଙଋି ଉଠାଯାଇ ପାରିବ । ଏହାଛଡ଼ା ଉପଭୋକ୍ତାମାନେ ଯେ କୌଣସି କମ୍ ପାଙଋି ଉଠାଣ ପାଇଁ ମଧ୍ୟ ଆବେଦନ କରିପାରିବେ ।

Comments are closed.