ଅନଲାଇନ ଠକେଇ ଅଭିଯୋଗରେ ଯୁବତୀକୁ ଗିରଫ କଲା ହିମାଚଳ ପ୍ରଦେଶ ପୋଲିସ, କୋର୍ଟ ଚାଲାଣ

69

ସାଲେପୁର : ଅନଲାଇନ ଠକେଇ ଅଭିଯୋଗରେ କଟକ ଜିଲ୍ଲା ସାଲେପୁରଥାନାର କେନ୍ଦୁପାଟଣା ଅଞ୍ଚଳରୁ ଜଣେ ଯୁବତୀଙ୍କୁ ହିମାଚଳ ପ୍ରଦେଶ ପୋଲିସ ସୋମବାର ଉଠାଇ ଆଣିବା ପରେ ସାଲେପୁର ଥାନାରେ ହଜାର କରାଇଥିଲା । ମିଳିଥିବା ସୂଚନା ଅନୁଯାୟୀ ଯୁବତୀ ଜଣକ କେଭିସି ନାମକ ସଂସ୍ଥାରୁ ଅନଲାଇନ ମାଧ୍ୟମରେ ୫ ଲକ୍ଷ ଟଙ୍କା ଲାଟେରୀ ଜିତିଥିବା ଏକ ମେସେଜ ଆସିଥିଲା ଏବଂ ସେଥିପାଇଁ ସଂସ୍ଥାର ଏକାଉଣ୍ଟରେ ୧୯ ହଜାର ୫୦୦ ଡିପୋଜିଟ କରିଥିଲେ । ତେବେ ଠକେଇ ବାବଦରେ ସେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି । ଅନ୍ୟପଟେ ସମ୍ପୃକ୍ତ ଯୁବତୀଙ୍କୁ ବ୍ୟବହାର କରି ହିମାଚଳ ପ୍ରଦେଶର ଜଣେ ସାଇବର ଠକ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଟଙ୍କା ଠକି ଥିବା ଜଣାପଡିଛି । ଅନ୍ୟପକ୍ଷରେ ହିମାଚଳ ପ୍ରଦେଶର ଜଣେ ସୈନିକ ଏଭଳି ଠକାମୀର ଶିକାର ହେବା ପରେ ତାଙ୍କ ଏତେଲା ଆଧାରରେ ସୋମବାର ହିମାଚଳ ପ୍ରଦେଶର ୫ ଜଣିଆ ପୋଲିସ ଟିମଏଠାରେ ପହଂଚି ଯୁବତୀଙ୍କୁ ସାଲେପୁର ଥାନାରେ ଘଟଣା ନେଇ ପଚରାଉଚୁରା ଚଳାଇ ଥିଲେ । ତେବେ ଏନେଇ ହିମାଚଳ ପୋଲିସ କିନ୍ତୁ କିଛି କହିବା ପାଇଁ ମନା କରିଥିଲେ । ମଙ୍ଗଳବାର ସମ୍ପୃକ୍ତ ଯୁବତୀକୁ କୋର୍ଟ ଚାଲାଣ କରାଯାଇଥିବା ସାଲେପୁର ପୋଲିସ ସୂତ୍ରରୁ ପ୍ରକାଶ ।

Comments are closed.