ଆଜିଠୁ ପୁରୁଷ ଜୁନିଅର ବିଶ୍ୱକପ୍ : ୧୬ଟି ଦଳ ମଧ୍ୟରେ ହେବ ଲଢେଇ, ବିନା ଦର୍ଶକରେ ହେବ ମ୍ୟାଚ୍

68

ଭୁବନେଶ୍ୱର : ଆଜିଠାରୁ ଭୁବନେଶ୍ୱରରେ ଖେଳାଯିବ ପୁରୁଷ ଜୁନିଅର ବିଶ୍ୱକପ । ଏଥିରେ ପାକିସ୍ତାନ ସମେତ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । କୋଭିଡ କଟକଣାକୁ ଦେଖି ବିନା ଦର୍ଶକରେ ମ୍ୟାଚ ଆୟୋଜନ କରାଯିବ । ତେବେ ଖେଳାଳିମାନଙ୍କର ରହିବା ଏବଂ ସେମାନେ କେମିତି ସୁରୁଖୁରୁରେ ମ୍ୟାଚ ଖେଳିବେ, ଅଭ୍ୟାସ କରିବେ ଏଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି । ଟର୍ଫ ଉପରେ ଟକ୍କର ଚାଲିଥିବ କିନ୍ତୁ ଷ୍ଟାଡିୟମରେ ରହିବେନି ଦର୍ଶକ । ଉଦଘାଟନୀ ଦିବସରେ ୫ଟି ମ୍ୟାଚ୍ ରହିଛି । ପ୍ରଥମ ମ୍ୟାଚରେ ବେଲଜିୟମକୁ ଭେଟିବ ଦକ୍ଷିଣ ଆଫ୍ରିକା । ଏହାପରେ କାନାଡା ପୋଲାଣ୍ଡକୁ, ମାଲେସିଆ ଚାଇନାକୁ ଓ ଡିଫେଣ୍ଡିଂ ଚାମ୍ପିୟାନ ଭାରତ ଭେଟିବ ପ୍ରାନ୍ସକୁ । କରୋନା କଟକଣା ମଧ୍ୟରେ ଖେଳ ଆୟୋଜନ ହେଉଥିବାରୁ ଖେଳାଳି ଓ ଆୟୋଜକ ଟିମ୍ ମେମ୍ବରଙ୍କର କୋଭିଡ ପରୀକ୍ଷା କରାଯିବ । ବିଶ୍ୱକପ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସୁରକ୍ଷା ବ୍ୟବସ୍ଥାରେ ଭୁବନେଶ୍ୱର ଡିସିପିଙ୍କ ଅଧୀନରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

୧୬ ଟିମ୍ ପାଇଁ ୧୦ଟି ହୋଟେଲରେ ରହଣୀ ବ୍ୟବସ୍ଥା ହୋଇଛି । ହୋଟେଲ, ଷ୍ଟାଡିୟମ, ଖେଳାଳି ଓ ରୁଟ୍ ଲାଇନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ପୁଲ ବିରେ ଭାରତ କାନାଡା, ଫ୍ରାନସ ଓ ପୋଲାଣ୍ଡ ସହ ସ୍ଥାନ ପାଇଛି । ୨୪ ତାରିଖରେ ଫ୍ରାନ୍ସକୁ ଓ ୨୫ରେ କାନାଡାକୁ ୨୭ ତାରିଖ ରେ ପୋଲାଣ୍ଡକୁ ଭେଟିବ ଭାରତ । ୨୯ ତାରିଖ ବିଶ୍ରାମ ଥିବାବେଳେ ଡିସେମ୍ବର ୧ ରୁ କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଦର୍ଶକ ବିହୀନ ମ୍ୟାଚ ପାଇଁ ଚିୟରଅପ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପୂର୍ବତନ ଖେଳାଳି ତଥା ପୂର୍ବତନ ପୂର୍ବତନ ସାଂସଦ ଯୋଗ ଦେଇଥିଲେ । ଦର୍ଶକମାନେ ଏଥର ବିଶ୍ୱକପ ଖେଳାଳିଙ୍କୁ ଷ୍ଟାଡିୟମରେ ଦେଖିପାରେିବେ ନାହିଁ । କିନ୍ତୁ ମ୍ୟାଚ ଷ୍ଟାର ସ୍ପୋର୍ଟସରେ ସିଧା ପ୍ରସାରଣ କରାଯିବ ।

Comments are closed.