ଆସିଲା ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତି-୨୦୨୧ : ଉଦ୍ୟୋଗୀଙ୍କୁ ୫ବର୍ଷ ଯାଏ ବିଦ୍ୟୁତ୍ ଶୁଳ୍କ ଛାଡ଼

77

ଭୁବନେଶ୍ୱର : ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ଓଡ଼ିଶା ସରକାର ଅଗ୍ରାଧିକାର ଦେଉଛନ୍ତି । ଆମ ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଓ ମାନୁଫ୍ୟାକ୍ଚରିଙ୍ଗ ଶିଳ୍ପ (ଇଏସ୍ଡିଏମ୍) ତ୍ୱରାନ୍ୱିତ କରିବା ନିମନ୍ତେ ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତି ପ୍ରସ୍ତୁତ କରାଯାଇଛି । ୨୦୨୬ ସୁଦ୍ଧା ଓଡ଼ିଶାକୁ ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ଏହି ଇଲେକ୍ଟ୍ରୋନିକ୍ସ ନୀତି ୨୦୨୧ ଅନୁସାରେ ଶିଳ୍ପ ଉପଯୋଗୀ ବାତାବରଣ, ଉତ୍ତମ ଭିତ୍ତିଭୂମି, ଆନୁଷଙ୍ଗିକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । ଇଲେକ୍ଟ୍ରୋନିକ୍ସ ଶିଳ୍ପର ଉନ୍ନତି ପାଇଁ ରାଜ୍ୟ ସରକାର କେତେକ ପଦକ୍ଷେପ ନେଇଛନ୍ତି । ସେଗୁଡ଼ିକ ହେଲା : ପ୍ରଥମ ୧୦ଟି ନୂତନ ପୁଞ୍ଜିନିବେଶ ଏବଂ ସମ୍ପ୍ରସାରଣକୁ ଉତ୍ପାଦନ ଭିତ୍ତିକ ସହାୟତା ବାବଦରେ ବାର୍ଷିକ କାରବାରର ଏକ ପ୍ରତିଶତ ଉତ୍ପାଦନ ଆରମ୍ଭରୁ ୫ ବର୍ଷ ପାଇଁ ଯୋଗାଇ ଦିଆଯିବ । ଇସଡିଏମ୍ ୟୁନିଟ୍ଗୁଡିକୁ ସେମାନଙ୍କର ପୁଞ୍ଜିନିବେଶ ଆଧାରରେ ୧୦ କୋଟିରୁ ୨୫୦ କୋଟି ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ ।

ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ୍ ଶୁଳ୍ପ, ନିରୀକ୍ଷଣ ଫି’ ୫ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯିବ । ଯୋଗ୍ୟ ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ୍ ବିଲର ୩୦% ସର୍ବାଧିକ ଟ.୫୦,୦୦ ଲକ୍ଷ ପର୍ଯ୍ୟନ୍ତ ରିହାତି ମିଳିବ । ଉଦ୍ୟୋଗୀମାନଙ୍କୁ ଜମିକ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ୧୦୦% ଏବଂ ଦ୍ୱିତୀୟଥର ପାଇଁ ୫୦% ଛାଡ଼ କରାଯିବ । ଚାଷଜମିକୁ ଶିଳ୍ପ ଉପଯୋଗୀ ଜମିରେ ପରିବର୍ତ୍ତନ କରିବା ପାଇଁ ହେଉଥିବା ଖର୍ଚ୍ଚର ୧୦୦% ଯୋଗାଇ ଦିଆଯିବ । ମହିଳା, ଅନୁସୂଚିତ ଜାତି/ ଜନଜାତି ଓ ଭିନ୍ନକ୍ଷମ ଉଦ୍ୟୋଗୀମାନଙ୍କୁ ୧୦ ପ୍ରତିଶତ ସର୍ବାଧିକ ୧କୋଟି ପର୍ଯ୍ୟନ୍ତ ଅତିରିକ୍ତ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଯେଉଁମାନେ ଲିଜ୍ରେ କରୁଥିବେ ସେମାନଙ୍କୁ ଅତିରିକ୍ତ ୨୫% ସର୍ବାଧିକ ୧୦ଲକ୍ଷ ପର୍ଯ୍ୟନ୍ତ ରିହାତି ୫ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ । ସ୍ଥାନୀୟ ଅଞ୍ଚଳର ଉଦ୍ୟୋଗୀମାନଙ୍କୁ ଅଗ୍ରାଧିକାର ଦେବାର ବ୍ୟବସ୍ଥା ରହିଛି । ଯେଉଁ ଉଦ୍ୟୋଗୀମାନେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ଦେବେ ସେମାନଙ୍କୁ ଅତିରିକ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯିବ ।

ରାଜ୍ୟ ସରକାର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିଯୁକ୍ତି ନିମନ୍ତେ ଓଡ଼ିଶାର ଲୋକମାନଙ୍କ ନିମନ୍ତେ ସର୍ବନିମ୍ନ ଟ.୮୦୦୦ରୁ ଟ. ୩୦ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ୩ ବର୍ଷ ପାଇଁ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ମହିଳା, ଅନୁସୂଚିତ ଜାତି/ଜନଜାତି, ଭିନ୍ନକ୍ଷମ କର୍ମଚାରୀମାନଙ୍କ ପାଇଁ ଅତିରିକ୍ତ ଟ.୨୦୦୦ ପର୍ଯ୍ୟନ୍ତ ସାହାଯ୍ୟ ଯୋଗାଇଦେବେ । ଯେଉଁ ଇଲେକ୍ଟ୍ରୋନିକ୍ସ ଶିଳ୍ପଦ୍ୟୋଗୀମାନେ ଦୀଘ ମିଆଦି ସୂତ୍ରରେ ବ୍ୟାଙ୍କ/ଆର୍ଥିକ ସଂସ୍ଥାରୁ ଋଣକରି ଠିକ୍ ସମୟରେ ପରିଶୋଧ କରୁଥିବେ, ସେମାନଙ୍କ ଋଣ ଉପରେ ବାର୍ଷିକ ୫ ପ୍ରତିଶତ ସୁଧ ରିହାତି ୬ ବର୍ଷ ପର୍ଯ୍ୟନ୍ତ କରାଯିବ । ସଫଳ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ବ୍ୟବସାୟିକ ଉତ୍ପାଦନ ଆରମ୍ଭରୁ ୫ ବର୍ଷ ପର୍ଯ୍ୟନ୍ତ ଶତ ପ୍ରତିଶତ ଏସ୍ଜିଏସ୍ଟି ଛାଡ଼ କରାଯିବ । ଶିଳ୍ପ ଅନଗ୍ରସର ଅଞ୍ଚଳରେ ସ୍ଲାପକ କରୁଥିବା ପ୍ରଥମ ୫ଟି କମ୍ପାନୀକୁ ପ୍ରଥମ ୩ବର୍ଷ ପାଇଁ ୧୦୦% ମ୍ୟୁନିସ୍ଲଟି ଟ୍ୟାକ୍ସ ଛାଡ଼ କରାଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସମ୍ପନ୍ନ କମିଟି ଗଠନ କରାଯାଇ ଏହି ପଲିସିର କାର୍ଯ୍ୟାନ୍ୱୟନ ତଦାରଖ କରାଯିବ । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ତରଫରୁ ଓକାକ୍ ବିଭିନ୍ନ ପ୍ରକାର ଦୈନନ୍ଦିନ କାର୍ଯ୍ୟର ତଦାରଖ କରିବ । ଏହି ଯୋଜନା ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ କିମ୍ବା ସେହିଭଳି ଅନ୍ୟ ଯୋଜନା ଆସିବା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏ ସମ୍ପର୍କିତ ପ୍ରସ୍ତାବକୁ ଆଜିର ମନ୍ତ୍ରିପରିଷଦ ବେଠକରେ ମଞ୍ଜୁରି ମିଳିଛି । ଅନ୍ୟପକ୍ଷରେ ଲୋକସେବା ଭବନରେ ଆୟୋଜିତ ମନ୍ତ୍ରିପରିଷଦ ବୈଠକରେ ରାଜ୍ୟ ସରକାରଙ୍କ ଅତିରିକ୍ତ ବଜେଟ୍କୁ ମଞ୍ଜୁରି ପ୍ରଦାନ କରାଯାଇଛି । ସମୁଦାୟ ୧୯,୩୮୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପରେ ମୋହର ଲାଗିଛି ।

ଆଜି ପୂର୍ଣ୍ଣାହୁତି ସହ ଐତିହ୍ୟ କରିଡରର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ : ମନ୍ତ୍ରପାଠରେ କମ୍ପୁଛି ଶ୍ରୀକ୍ଷେତ୍ର

ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପାଇଁ ଦ୍ୱିତୀୟ ଦିନରେ ମହାଯଜ୍ଞ ଚାଲିଛି । ଆସନ୍ତାକାଲି ସକାଳ ୯.୪୫ରୁ ୧୦ଟା ମଧ୍ୟରେ ଶିଳାବିଜେ, ସକାଳ ୧୦.୧୫ରୁ ସାଢ଼େ ୧୦ଟା ମଧ୍ୟରେ ଶିଳାସ୍ଥାପନ ଓ ୧୦.୪୫ରୁ ୧୧ଟା ମଧ୍ୟରେ ପୂର୍ଣ୍ଣାହୁତି ହେବ । ଏହି ଅବସରରେ ପରିକ୍ରମା ପ୍ରକଳ୍ପର ଅନାବରଣ କାର୍ଯ୍ୟ କରାଯିବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସୁରକ୍ଷା କରିଡର ସହ ସବୁଜ ବଳୟ ସୃଷ୍ଟି ଏବଂ ସୌନ୍ଦର୍ଯ୍ୟକରଣ କରାଯିବ । ଶ୍ରୀମନ୍ଦିର ଚାରିପାଖରେ
ଭକ୍ତଙ୍କ ପରିକ୍ରମା ପାଇଁ ଅନ୍ତଃ ଓ ବାହ୍ୟ ପ୍ରଦିକ୍ଷଣ ପଥର ରହିବ । ଚାରିପାଖରେ ଥିବା ମଠ ଓ ମନ୍ଦିରଗୁଡ଼ିକର ପୁନଃ ବିକାଶ ହେବ । ରଥଯାତ୍ରା ଓ ଅନ୍ୟ ଯାନିଯାତ୍ରା ସମୟରେ ସ୍ୱତନ୍ତ୍ର ପ୍ରଦିକ୍ଷଣ ପଥ ରହିବ । ଭକ୍ତଙ୍କ ପାଇଁ ସବୁ ଦ୍ୱାରରେ ରହିବ ସୂଚନା ଓ ଦାନବାକ୍ସ ରହିବା ସହିତ ଏକାଥରରେ ୬ହଜାର ଭକ୍ତଙ୍କ ରହିବା ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ ରହିବ ।

ଆଜି ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ହୋଇଥିବା ପ୍ରସ୍ତୁତି କାର୍ଯ୍ୟକ୍ରମ ସମ୍ପର୍କରେ ଆଜି ପୁରୀରେ ସାମ୍ବାଦିକଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍ପି କନୱର ବିଶାଲ ସିଂ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରିକ୍ରମା ଯୋଜନା ପାଇଁ ଜମି ପ୍ରଦାନ କରିଥିବା ଲୋକଙ୍କୁ ସମ୍ମାନିତ କରିବେ । ପରିକ୍ରମା ଯୋଜନାର ଏକ ମଡେଲ୍ ମୁଖ୍ୟମନ୍ତ୍ରୀ ଅନାବରଣ କରିବେ ବୋଲି ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୁରୀ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ପୁରୀର ସବୁ ବିଧାୟକ ଓ ସାଂସଦ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି । ୨୫ ପ୍ଲାଟୁନ ପୋଲିସ ଫୋର୍ସ, ୩ଜଣ ଅତିରିକ୍ତ ଏସ୍ପି, ୧୦ଜଣ ଡିଏସ୍ପି, ୪୦ଜଣ ଇନ୍ସପେକ୍ଟର ଓ ୧୦୦ରୁ ଅଧିକ ଅଫିସର ମୁତୟନ ହୋଇଛନ୍ତି ବୋଲି ଏସ୍ପି କହିଛନ୍ତି ।

Comments are closed.