ତ୍ୱଚା ପାଇଁ ବରଦାନ ଘିକୁଆଁରି

72

ଆଲୋଭେରା ବା ଘିକୁଆଁରି କେବଳ ସ୍ୱାସ୍ଥ୍ୟ ନୁହେଁ ତ୍ୱଚା ପାଇଁ ଏକ ବରଦାନ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଥାନ୍ତି । ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ତ୍ୱଚାରେ ବ୍ରଣ, ଦାଗ ପରି ଅନେକ ସମସ୍ୟାକୁ ଭଲ କରିଥାଏ । ତେବେ ଏହାକୁ ଲଗାଇବାର ବିଧି ଆପଣଙ୍କୁ ଜଣାଥିବା ଆବଶ୍ୟକ । ଆସନ୍ତୁ ଜାଣିବା ଘରେ ଘିକୁଆଁରୀ ବା ଆଲୋ ଭେରା କିପରି ଲଗାଇବା ଉଚିତ । ଅଲଗା ଅଲଗା ସମସ୍ୟା ପାଇଁ ଆଲୋ ଭେରା ବ୍ୟବହାର କରାଯାଇଥାଏ । ସନବର୍ଣ୍ଣ, ମଶ୍ଚୁରାଇଜର, ଆଣ୍ଟି ଏଜିଙ୍ଗ ଜେଲ, ମେକଅପ ରିମୁଭର, ସ୍କ୍ରବ, ଆଇବ୍ରୋ ଜେଲ ଭାବରେ ଏହାକୁ ବ୍ୟବହାର କରାଯାଇଥାଏ । ଯଦି ଆପଣଙ୍କ ଘରେ ଆଲୋଭେରା ଗଛ ଅଛି ତେବେ ଆପଣ ଏଥିରୁ ଜେଲ ପ୍ରସ୍ତୁତ କରିପାରିବେ । ଏହି ଜେଲକୁ ସନବର୍ଣ୍ଣ ପାଇଁ ବ୍ୟବହାର କରିବାକୁ ଚାହୁଁଥିଲେ କିଛି ସମୟ ଫ୍ରିଜରେ ରଖନ୍ତୁ । ପରେ ସେଥିରେ ହାଲକା ଗୋଲାପ ଜଳ ମିଶାଇ ମୁହଁରେ ଲଗାଇ ଦିଅନ୍ତୁ । ଏହିପରି ପ୍ରତିଦିନ ରାତିରେ ଲଗାଇ ଶୁଅନ୍ତୁ ।

ସେହିପରି ତ୍ୱଚାରୁ ଡେଡ ସ୍କିନ ସଫା କରିବାକୁ ଚାହୁଁଥିଲେ, ଫେଶୱାସରେ ମୁହଁ ଧୋଇବା ପରେ ଅଳ୍ପ ଏଲୋବେରା ଜେଲ ଲଗାନ୍ତୁ । ଏହାପରେ ଏକ ଓଦା କପଡ଼ାରେ ମୁହଁକୁ ସ୍କ୍ରବ କରି ପୋଛନ୍ତୁ । ଆଣ୍ଟି-ଏଜିଙ୍ଗ ଜେଲ ଭାବରେ ମଧ୍ୟ ଏଲୋବେରା ଜେଲ ବ୍ୟବହାର କରାଯାଇପାରିବ । ତେବେ ଏଥିରେ ଭିଟାମିନ ଇ କିମ୍ୱା ଭିଟାମିନ ସିର ପାଉଡର ମିଶାଇ ଲଗାନ୍ତୁ । ମେକଅପ ଛଡ଼ାଇବା ପାଇଁ କଟନରେ ଅଳ୍ପ ଆଲୋ ଭେରା ଜେଲ ନେଇ ମେକଅପକୁ ସଫା କରନ୍ତୁ । ଏପରି କଲେ ଜଲଦି ମେକଅପ ସଫା ହେବା ସହ ଆପଣଙ୍କ ତ୍ୱଚା କୋମଳ ରହିବ ।

Comments are closed.