ଚାଷୀଙ୍କ ପାଇଁ ୪୮୪ କୋଟି

74

ଭୁବନେଶ୍ୱର : ୧୦,୭୫୯ କୋଟି ୨୦ଲକ୍ଷ ଟଙ୍କା ବ୍ୟୟ ବରାଦରେ ୨,୬୩,୮୦୧ ହେକ୍ଟର ଢିପ ଚାଷପଯୋଗୀ ଜମିକୁ ଜଳସେଚନ ପାଇଁ ପାର୍ବତୀଗିରି ବୃହତ୍ ଉଠା ଜଳସେଚନ ଯୋଜନାକୁ ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ଗୁଡିକ ଶେଷ ହେଲେ ଆସନ୍ତା ୫ ବର୍ଷ (୨୦୨୧-୨୨ରୁ ୨୦୨୫-୨୬) ମଧ୍ୟରେ ୨,୬୩,୮୦୧ ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇପାରିବ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷକ ମାନଙ୍କର ରୋଜଗାର ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟ୍ ପାଞ୍ଚ ବର୍ଷ ପାଇଁ ୪୮୪.୧୦ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ଅନୁମୋଦନ କରିଛନ୍ତି । ଓଡିଶା ଉଦ୍ୟାନ କୃଷି ସେବା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ) ସଂଶୋଧନ ନିୟମାବଳୀ -୨୦୨୧କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ସେବାରେ ଥିବା ପଦୋନ୍ନତି ଭିତ୍ତିକ ପଦବୀଗୁଡିକୁ ସମୟାନୁସାରେ ପୂରଣ କରାଯାଇପାରିବ ।

Comments are closed.