ପୁଣି ମାଡ଼ିଲାଣି କରୋନା

73

-ରାଉରକେଲାରେ ୫୧ ଛାତ୍ରୀ କରୋନା ସଂକ୍ରମିତ
-ଭୀମ୍ସାରରେ ୨୨ ଡାକ୍ତରୀ ଛାତ୍ରଛାତ୍ରୀ ପଜିଟିଭ୍

ରାଉରକେଲା : ଏବେ ସମଗ୍ର ବିଶ୍ୱରେ କରୋନା ତାର କାୟା ବିସ୍ତାର କଲାଣି । ୟୁରୋପ ପରେ ଆମେରିକାରେ ମଧ୍ୟ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ । ଏହା ମଧ୍ୟରେ ଓଡ଼ିଶାରେ ମଧ୍ୟ କରୋନା ଗ୍ରାଫ୍ ଉପରମୁହାଁ ହୋଇଛି । ସବୁଠାରୁ ବଡ଼ କଥା ହେଲା, ଶିକ୍ଷାନୁଷ୍ଠାନରେ ମଧ୍ୟ ପଶିଛି ଏହି ମହାମାରୀ । ସୁନ୍ଦରଗଡ଼ ସହରରେ ଥିବା ସେଣ୍ଟମେରୀ ସ୍କୁଲର ୫୧ ଜଣ ଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଥିବା ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି । କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ଛାତ୍ରୀଙ୍କୁ ପୃଥକବାସରେ ରଖାଯାଇ ମେଡିକାଲ ସୁପରଭିଜନରେ ରଖାଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି । ସେଣ୍ଟମେରୀ ସ୍କୁଲର ୫୧ଜଣ ଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସମସ୍ତ ସୁରଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ସୁନ୍ଦରଗଡ଼ ଓ ବୁର୍ଲାରେ କଲେଜ ଛାତ୍ର ସଂକ୍ରମିତ ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି,ଯେଉଁ ଛାତ୍ରଛାତ୍ରୀଙ୍କଠାରେ ଲକ୍ଷଣ ରହୁଛି, ସେମାନେ ସ୍କୁଲ ଯାଆନ୍ତୁନି । ସଂକ୍ରମଣ ନେଇ ସ୍ଥାନୀୟ ପ୍ରଶାସନ ଅବଗତ, ସଂକ୍ରମିତ ସଙ୍ଗରୋଧରେ ଅଛନ୍ତି । କଲେଜ ଛାତ୍ରଛାତ୍ରୀ ଟିକା ନେଇଥିବାରୁ ଗୁରୁତର ହେବା ଆଶଙ୍କା ନାହିଁ । ସଂକ୍ରମିତ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ସାମାନ୍ୟ ଚିନ୍ତା ରହିଛି । ସ୍କୁଲ ଓ କଲେଜରେ କର୍ତ୍ତୃପକ୍ଷ ଲକ୍ଷଣଧାରୀଙ୍କ ଉପରେ ନଜର ରଖନ୍ତୁ । ସ୍କୁଲ ଓ କଲେଜରେ କର୍ତ୍ତୃପକ୍ଷ ଲକ୍ଷଣଧାରୀଙ୍କ ଉପରେ ନଜର ରଖନ୍ତୁ । ସଚେତନ ରହିଲେ, ସଂକ୍ରମଣକୁ ରୋକିପାରିବା, ଭୟଭୀତ ହେବାର କୌଣସି ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ବୁର୍ଲା ଭୀମସାରର ୨୨ଜଣ ଡାକ୍ତରୀ ଛାତ୍ରଛାତ୍ରୀ କୋରାନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସଂକ୍ରମିତ ହୋଇଥିବା ଛାତ୍ରୀଛାତ୍ରୀମାନେ ହଷ୍ଟେଲରେ ରହୁଥିଲେ । ହଷ୍ଟେଲରେ ରହୁଥିବା ଅନ୍ୟମାନଙ୍କର ମଧ୍ୟ କୋଭିଡ୍ ପରୀକ୍ଷା କରାଯାଇଛି । ଭୀମସାର ଅଧୀକ୍ଷକ କୋଭିଡ୍ ହସ୍ପିଟାଲରେ ପହଞ୍ଚି ଆକ୍ରାନ୍ତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ପ୍ରଥମ ବର୍ଷ, ଦ୍ୱିତୀୟ ଓ ତୃତୀୟ ଓ ଚତୁର୍ଥ ବର୍ଷର ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି । କିଛି ଦିନ ତଳେ ବୁର୍ଲା ଭୀମସାର କଲେଜରେ ଆନୁଆଲ ଫଙ୍କସନ୍ ହୋଇଥିଲା । ସେଥିପାଇଁ ସଂକ୍ରମଣ ବଢ଼ିଥିବା ସନ୍ଦେହ କରାଯାଉଛି । ଜଣେ ଛାତ୍ର କହିଛନ୍ତି, ଛାତ୍ରୀନିବାସରେ ପ୍ରଥମବର୍ଷର ଜଣେ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ହଷ୍ଟେଲରେ ଥିବା ସମସ୍ତ ପିଲାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ଏହାପରେ ଅନ୍ୟ ଛାତ୍ରଛାତ୍ରୀମାନେ ପଜିଟିଭ ଚିହ୍ନଟ ହୋଇଥିଲେ । କେତେଜଣଙ୍କ ଲକ୍ଷଣ ନ ଥାଇ ସେମାନେ କରୋନା ଆକ୍ରାନ୍ତ ହୋଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ କିଛି ଦିନ ହେବ କରୋନା ଗ୍ରାଫ ତଳମୁହାଁ ହୋଇଛି । ୫୦୦ ତଳେ କରୋନା କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାସହ ମୃତ୍ୟୁ ହାର ମଧ୍ୟ କମିଛି । ତେବେ ବୁର୍ଲା ଭୀମ୍ସାରର ୨୨ଜଣ ଛାତ୍ରୀ କରୋନା ପିଜିଟିଭ ଚିହ୍ନଟ ହେବା ପରେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି ।

କୋଭିଡ୍ ଲକ୍ଷଣ ଥିଲେ ସ୍କୁଲ ଆସନ୍ତୁନ :

ଯେଉଁ ଛାତ୍ରଛାତ୍ରୀଙ୍କଠାରେ କୋଭିଡ୍ ଲକ୍ଷଣ ରହୁଛି, ସେମାନେ ସ୍କୁଲ ଯାଆନ୍ତୁ ନାହିଁ । ଏଭଳି ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସୁନ୍ଦରଗଡ଼ ଓ ବୁର୍ଲାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହେବା ପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ସଂକ୍ରମଣ ନେଇ ସ୍ଥାନୀୟ ପ୍ରଶାସନ ଅବଗତ ଅଛନ୍ତି । ଯେଉଁମାନେ ସଂକ୍ରମିତ, ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି । କଲେଜ ଛାତ୍ରଛାତ୍ରୀ ଟିକା ନେଇଥିବାରୁ ଗୁରୁତର ହେବାର ଆଶଙ୍କା ନାହିଁ । କିନ୍ତୁ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ସାମାନ୍ୟ ଚିନ୍ତା ରହିଛି । ସ୍କୁଲ ଓ କଲେଜରେ କର୍ତ୍ତୃପକ୍ଷ ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖନ୍ତୁ । ସ୍କୁଲ ଓ କଲେଜରେ ନିୟମ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ସଚେତନ ରହିଲେ, ସଂକ୍ରମଣକୁ ରୋକିପାରିବା । ଭୟଭୀତ ହେବାର ନାହିଁ, ଓଡ଼ିଶାରେ ସଂକ୍ରମଣ କମୁଛି ବୋଲି ସେ କହିଛନ୍ତି ।

Comments are closed.