ଓକାକ୍ ସିଇଓଙ୍କୁ ଠକେଇ ମାମଲା : ପାସ୍କେଲ ନୁହେଁ ମୁଖ୍ୟ ଅଭିଯୁକ୍ତ , ନାଇଜେରିଆରୁ ଅପରେଟ୍ ହେଉଛି ଗ୍ୟାଙ୍ଗ୍

69

ଭୁବନେଶ୍ୱର : ଓକାକ୍ ସିଇଓଙ୍କ ହ୍ୱାଟସ୍ ଆପ୍ ହ୍ୟାକ ଓ ଟଙ୍କା ଠକେଇ ମାମଲାରେ ଗତକାଲି ଦିଲ୍ଲୀ ପୋଲିସ ଗିରଫ କରିଥିବା ପାସ୍କେଲ ମୁଖ୍ୟ ଅଭିଯୁକ୍ତ ନୁହେଁ । ଠକେଇ ପଛରେ ଆହୁରି ଅନେକ ଗ୍ୟାଙ୍ଗ ସାମିଲ ଅଛନ୍ତି । ନାଇଜେରିଆରେ ରହି ମୁଖ୍ୟ ଅଭିଯୁକ୍ତ ଏହାର ପରିଚାଳନା କରୁଥିବା ପାସ୍କେଲକୁ ପଚରାଉଚରା ପରେ ଜଣାପଡିଛି ।

ଗିରଫ ଅଭିଯୁକ୍ତ ପାସ୍କେଲକୁ ଜଣେ ଡିଏସପିଙ୍କ ନେତୃତ୍ୱରେ ପଚରାଉଚରା କରାଯାଉଛି । ପଚରାଉଚରା ବେଳେ ଜଣାପଡିଛି ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀରେ ଗ୍ୟାଙ୍ଗର ଅନେକ ଠକ ଅଛନ୍ତି । ସମସ୍ତ ଠକ ନାଇଜେରିଆର । ଦିଲ୍ଲୀ ପୋଲିସ ଧରିଥିବା ଦୁଇ ଅଭିଯୁକ୍ତଙ୍କର ଭିସା ବାତିଲ୍ କରାଯାଇଛି । ୨୦୧୨ରୁ ଭାରତ ଆସି ଏମାନେ ଏଠାରେ ରହୁଛନ୍ତି । ଗିରଫ ଦୁଇ ଅଭିଯୁକ୍ତଙ୍କ ଆକାଉଂଟକୁ ଟଙ୍କା ଆସିବା ପରେ ଏଟିଏମ୍ ରୁ ଟଙ୍କା ବାହାର କରନ୍ତି । ଠକେଇ ଟଙ୍କାର ୧୦ପ୍ରତିଶତ ଟଙ୍କା ନିଅନ୍ତି ।

ସୂଚନା ଯୋଗ୍ୟ ଯେ, ଦିଲ୍ଲୀ ପୋଲିସ ଅଭିଯୁକ୍ତ ଓକ୍ୱଡିରି ପାସ୍କେଲକୁ ବେଙ୍ଗାଲୁରୁରୁ ଗିରଫ କରିଥିଲା । ଏହାପରେ ୨ ଜଣିଆ କ୍ରାଇମବ୍ରାଂଚ ଟିମ୍ ଏବେ ବେଙ୍ଗାଲୁରୁ ଯାଇଛନ୍ତି ।

Comments are closed.