ରାଜ୍ୟରେ ‘ଏଣ୍ଡେମିକ୍’ ସ୍ଥିତିରେ ମହାମାରୀ

66

ଭୁବନେଶ୍ୱର : ଦେଶରେ ଏବେ କରୋନା ସଂକ୍ରମଣ କମ ରହୁଥିବା ବେଳେ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ କମ ରହିଛି । ତେବେ ଏହା ଯେମିତି ଆଗାମୀ ନରେ ଆହୁରି କମିବ ସେ ନେଇ ସରକାର ଲୋକଙ୍କୁ ସତର୍କ ରହିବାକୁ କହୁଛନ୍ତି । ତେବେ ରାଜ୍ୟରେ ଏବେ କରୋନାସ୍ଥିତି କିଭଳି ରହିଛି ସେ ବିଷୟରେ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ଆଖପାଖ ଦେଶରୁ କୋଭିଡ ସଂକ୍ରମିତ ଆମ ଦେଶକୁ ଆସିବା କାରଣରୁ ଆମ ଦେଶ ବି ପ୍ରଭାବିତ ହେଉଥିଲା । ହେଲେ ଏବେ କରୋନା ସଂକ୍ରମିତ ଅଧିକ ଥିବା ଦେଶକୁ ଯାତାୟାତ କରିବା ଉପରେ କଟକଣା ଲାଗିଥିବାରୁ ସଂକ୍ରମଣ କମ ରହୁଛି । ବିଶେଷଜ୍ଞମାନେ କହୁଛନ୍ତି ଯେ, ସଂକ୍ରମଣ କମ୍ ହେବା ସହ ଏବେ “ଏଣ୍ଡେମିକ୍’ ଆଡକୁ ଗତି କରୁଛି କରୋନା । ତେବେ କୋଭିଡ ଯଦି ନିଜର ଭାରିଆଣ୍ଟ ପରିବର୍ତ୍ତନ କରେ ତେବେ ବିପଦ ଆସିପାରେ । ବିଦେଶରେ ନୂଆ ଭାରିଆଣ୍ଟ ଆସିନଥିବାରୁ ଓଡ଼ିଶାରେ ଏବେ ସଂକ୍ରମଣ କମ୍ ରହିଛି । ନୂଆ ଭାରିଆଣ୍ଟ ବିଷୟରେ ଜାଣିବା ପାଇଁ ନିରନ୍ତର ପରୀକ୍ଷା କରାଯାଉଛି । ଆମେ ପ୍ରତିଦିନ ଟେଷ୍ଟିଂ କରୁଛୁ ଏବଂ ପଜିଟିଭିଟି ସଂଖ୍ୟା ଉପରେ ନଜର ରଖୁଛୁ । ଶିକ୍ଷାନୁଷ୍ଠାନରେ ଏବେ କୋଭିଡ କଟକଣା କଡାକଡି କରାଯାଇଥିବା ସହ ଆମର ପ୍ରତି ଅଞ୍ଚଳରେ ସର୍ଭିଲାନ୍ସ ଟିମ୍ ରହିଛି ।

ଅନ୍ୟପକ୍ଷରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଗୋଟେ ମାସର ସଂକ୍ରମିତଙ୍କ ସଂଖ୍ୟା ଉପରେ ନଜର ପକାଇଲେ ଜଣାପଡ଼ୁଛି ଯେ, ଏବେ ଡାକ୍ତରଖାନାରେ ରୋଗୀ ସଂଖ୍ୟା କମୁଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ କମୁଛି । ଡବ୍ଲୁଏଚଓ କହିଛି ଯେ, ଏବେ କରୋନା ସଂକ୍ରମଣ “ଏଣ୍ଡେମିକ୍’ ଆଡକୁ ଗତି କରୁଛି ଏବଂ ଗମ୍ଭୀର ରୋଗୀଙ୍କ ସଂଖ୍ୟା କମୁଛି । ସୁନ୍ଦରଗଡ଼ରେ ୫୦ରୁ ଅଧିକ ସଂକ୍ରମଣ ହେବା ତୃତୀୟ ଲହର ନୁହେଁ, ଏହା ଏକ ଘଟଣା ମାତ୍ର । ଗୋଟେ ଦିନର ସଂକ୍ରମଣକୁ ଦେଖି କିଛି ବି ପୂର୍ବାନୁମାନ କରିପାରିବା ନାହିଁ । ସ୍କୁଲ ଖୋଲିବା ସହ ପିଲାମାନଙ୍କ ପାଇଁ ଶିକ୍ଷା ଆବଶ୍ୟକ । ଯେଉଁମାନଙ୍କର କରୋନା ଲକ୍ଷଣ ରହୁଛି ସେମାନେ ସ୍କୁଲ ନଆସନ୍ତୁ । ହେଲେ ଲକ୍ଷଣ ନଥିବା ପିଲା ମାସ୍କ, ସାମାଜିକ ଦୂରତା ରକ୍ଷା କରିବା ଏବଂ ସଚେତନ ରହି ପାଠ ପଢ଼ିପାରିବେ ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୫୩ ଜଣ ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୦ ଜଣ ରହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ପଜିଟିଭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬୬ ଜଣ ଓ ଲୋକାଲ କଣ୍ଟାକ୍ଟରୁ ୧୨୨ ଜଣ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ କଟକରୁ ୨୧ଜଣ, ଯାଜପୁରରୁ ୧୦ ଜଣ, କେନ୍ଦ୍ରାପଡାରୁ ୮ ଜଣ,
ମୟୁରଭଞ୍ଜରୁ ୧୨, ପୁରୀରୁ ୧୫, ସମ୍ବଲପୁରରୁ ୧୭, ସୁନ୍ଦରଗଡରୁ ୧୧, ଷ୍ଟେଟପୁଲରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୬୭୪ରେ ପହଞ୍ଚିଥିବା ବେଳେ୧୦ ଲକ୍ଷ ୩୭ ହଜାର ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବର୍ତ୍ତମାନ ୨୨୨୧ଟି ସକ୍ରିୟ ମାମଲା ରହିଥିବା ବେଳେ ଦିନକୁ ଦିନ କରୋନା ଗ୍ରାଫ ବଢ଼ୁଥିବା ଦେଖିବାକୁ ମିଳୁଛି ।

Comments are closed.