ସୁନ୍ଦର ଓଠ ପାଇଁ ହଳଦୀ

72

ସୁନ୍ଦର ତ୍ୱଚା ସହ ସୁନ୍ଦର ଓଠ ସମସ୍ତଙ୍କୁ ଦରକାର । ସେଥିପାଇଁ ଆମେ ବହୁତ କିଛି କସ୍ମେଟିକ ଜିନିଷ ବଜାରରୁ ଆଣି ବ୍ୟବହାର କରିଥାଉ । କେତେ କ’ଣ ଲଗାଇଥାଉ । କିନ୍ତୁ ପ୍ରାକୃତିକ ଉପାୟରେ ମଧ୍ୟ ଓଠ ସୁନ୍ଦର ହୋଇପାରିବ । ରୋଷେଇ ଘରେ ପ୍ରତିଦିନ ବ୍ୟବହାରରେ ଲାଗୁଥିବା ହଳଦୀ ଓଠର ସୁନ୍ଦରତାକୁ ଦ୍ୱିଗୁଣିତ କରିପାରିବ । ହଳଦୀରେ ଥିବା ଅନେକ ଔଷଧୀୟ ଗୁଣ ଶରୀରପାଇଁ ଯେତିକି ଉପକାରୀ ତ୍ୱଚା ପାଇଁ ମଧ୍ୟ ସେତିକି ଲାଭଦାୟୀ । ଏହା ଆମ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଆମ ତ୍ୱଚାକୁ ଅଧିକ ଲାଭ ପଞ୍ଚାଇଥାଏ । ସେଥିପାଇଁ କିଛି ନାଚୁରାଲ ବିୟୁଟି ପ୍ରଡକ୍ଟ ପାଇଁ ଏହାକୁ ବ୍ୟବହାର କରାଯାଏ । ସାଧାରଣତଃ ଫେସପ୍ୟାକ୍, ହେୟାର ପ୍ୟାକ୍, ସ୍କର୍ବ ପାଇଁ ହଳଦୀକୁ ବିଶେଷ ରୂପେ ବ୍ୟବହାର କରାଯାଇଥାଏ । କେବଳ ସେତିକି ନୁହେଁ ଓଠର କଳାପଣ, ଓଠ ଫାଟିବା ସମସ୍ୟା ଦୂର କରିବା ପାଇଁ ମଧ୍ୟ ହଳଦୀ କାମରେ ଆସିଥାଏ । ଶୀତ ଦିନରେ ଓଠ ଫାଟିବା ସହ ଆମ ଓଠ କଳା ପଡିଯାଇଥାଏ । ସେଥିପାଇଁ ହଳଦୀର ଲିପ ବାମ୍ ଏବଂ ସ୍କର୍ବ ଓଠ ପାଇଁ ବେଶ୍ ଲାଭଦାୟକ । ତେବେ ହଳଦୀ ଦ୍ୱାରା ଘରେ ବସି ଲିପ ବାମ୍ ଓ ସ୍କର୍ବ କିପରି ତିଆରି କରିପାରିବେ ଆସନ୍ତୁ ଜାଣିବା ଲିପ ବାମ୍ ତିଆରି କରିବାର ପ୍ରଣାଳୀ- ୨ ଚାମଚ ପେଟ୍ରୋଲିଅମ ଜେଲି ବା ଦେଶୀ ଘିଅରେ ଗୋଟିଏ ଚାମଚ ଗ୍ଲିସେରିନ୍, ୧ ଚାମଚ ମହୁ ସହ ଏଥିରେ କିଛି ଟି- ଟ୍ରି ଅୟଲ ଏବଂ ଅଳ୍ପ କିଛି ହଳଦୀ ମିଶାଇ ୩ ଘଣ୍ଟା ଫ୍ରିଜରେ ରଖିଦିଅନ୍ତି । ଏହାପରେ ଏହି ପେଷ୍ଟକୁ ଆପଣ ଲିମ୍ ବାମ୍ ଭଳି ପ୍ରତିଦିନ ନିଜ ଓଠରେ ଲଗାଇପାରିବେ । ଶୀତ ଦିନେ ଏହି ଲିପ୍ବାମ୍କୁ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଓଠି ଫାଟିବା ସମସ୍ୟା ଦୂର ହୋଇଯିବ । ଲିପ ସ୍କ୍ରବ ପ୍ରଣାଳୀ- ଏଥିପାଇଁ କିଛି ଚିନି, ଗ୍ରୀନ-ଟି’ ପାଉଡର, ଯେକୌଣସି ତେଲ ଆପଣ ନେଇ ପାରିବେ,୧ ଚାମଚ ଲେମ୍ବୁରସ ସହ ଅଳ୍ପ ହଳଦୀ ମିଶାଇ ଦିଅନ୍ତୁ । ଏହି ପେଷ୍ଟକୁ ଆପଣ ସ୍କ୍ରବ ଭାବେ ସପ୍ତାହରେ ୩ଥର ବ୍ୟବହାର କରିପାରିବେ । ଏହି ସ୍କ୍ରବ ଆପଣଙ୍କ ଓଠକୁ ନରମ ରଖିବାରେ ସାହାଯ୍ୟ କରିବ ।

Comments are closed.