ଅମ୍ବାନୀଙ୍କୁ ପଛରେ ପକାଇ ଅଦାନୀ ଏସିଆର ସବୁଠୁ ଧନୀ ବ୍ୟକ୍ତି

68

ନୂଆଦିଲ୍ଲୀ : ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଅଦାନୀ ଗ୍ରୁପ୍ର ଚେୟାରମ୍ୟାନ୍ ଗୌତମ ଅଦାନୀ ଏସିଆର ସବୁଠୁ ଧନୀ ବ୍ୟକ୍ତି ତାଲିକାରେ ନିଜକୁ ସ୍ଥାନିତ କରିଛନ୍ତି । ପୂର୍ବରୁ ଗୌତମ ଅଦାନୀ ଦ୍ୱିତୀୟ ସ୍ଥାନରେ ଥିଲେ । ବ୍ଲୁମବର୍ଗ ମୁତାବକ ୯୧ ବିଲିୟନ୍ ଡଲାର ସଂପତ୍ତି ସହ ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏ ପର୍ଯ୍ୟନ୍ତ ଏସିଆର ସବୁଠୁ ଧନୀ ବ୍ୟକ୍ତି ଥିଲେ ଓ ଗୌତମ ଅଦାନୀଙ୍କ ପାଖରେ ଥିଲା ୮୮.୮ ବିଲିୟନ୍ ଡଲାର । ବାର୍ଷିକ ରିପୋର୍ଟ ଆଧାରରେ ଗୌତମ ଅଦାନୀଙ୍କ ସଂପତ୍ତିରେ ୫୫ ବିଲିୟନ୍ ଡଲାର ଲାଭ ହୋଇଥିବାବେଳେ ମୁକେଶ ଅମ୍ବାନୀଙ୍କ ସଂପତ୍ତିରେ ମାତ୍ର ୧୪.୩ ବିଲିୟନ୍ ଡଲାର ଫାଇଦା ହୋଇଛି । ସୂଚନାଥାଉକି ସାଉଦି ଆରବର ପେଟ୍ରୋଲିୟନ୍ କମ୍ପାନୀ ଅରାମକୋ ସହ କାରବାର ରଦ୍ଦ କରିବା ଘୋଷଣା କରିବା ପରେ ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ୧.୦୭ ପ୍ରତିଶତ ହ୍ରାସ ପାଇଥିଲା । ଅର୍ଥାତ ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍ର ସେୟାର ହ୍ରାସ ପାଇ ୨୩୬୦.୭୦ ଟଙ୍କାରେ କାରବାର ଜାରି ରଖିଛି । ଅନ୍ୟପକ୍ଷରେ ଅଦାନୀ ଗ୍ରୁପ୍ ସେୟାରରେ କ୍ଷୀପ୍ର ବୃଦ୍ଧି ହୋଇଛି । ଅଦାନୀ ଏଣ୍ଟରପ୍ରାଇଜେସ୍ ସେୟାରରେ ୨.୯୪ ପ୍ରତିଶତ ବୃଦ୍ଧି ପାଇଁ ୧୭୫୭.୭୦ ଟଙ୍କା, ଅଦାନୀ ପୋର୍ଟର ସେୟାର ୪.୮୭ ପ୍ରତିଶତ ବୃଦ୍ଧି ପାଇ ୭୬୪.୭୫ ଟଙ୍କାରେ କାରବାର କରିଛି ।

Comments are closed.