ଭାରତରେ ୨୦୨୪ ସୁଦ୍ଧା ଲଞ୍ଚ୍ ହେବ ୬ଜି

63

-ଚାଲିଛି ଜୋରଦାର ପ୍ରସ୍ତୁତି: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଟେଲିକମ କମ୍ପାନୀ ବିଏସଏନଏଲ ନିକଟରେ ୪ଜି ପରୀକ୍ଷା କରିଛି । ଭାରତରେ ବର୍ତ୍ତମାନ ୫ଜି ମଧ୍ୟ ନାହିଁ ଏବଂ କେବେ ଏହା ଲଞ୍ଚ ହେବା ଏହାର କୌଣସି ସ୍ପଷ୍ଟ ସୂଚନା ମଧ୍ୟ ନାହିଁ । ମାତ୍ର ସରକାର ଏବେ ୬ଜି ଆଣିବାକୁ ପ୍ରସ୍ତୁତିରେ ଜୁଟି ଯାଇଛନ୍ତି । ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାରତ ୬ଜି ଟେକ୍ନୋଲୋଜି ବିକଶିତ କରିବା ଦିଗରେ କାମ କରୁଛି । ୨୦୨୩ ଶେଷ ସୁଦ୍ଧା କିମ୍ବା ୨୦୨୪ ଆରମ୍ଭରେ ଭାରତରେ ୬ଜି ଲଞ୍ଚ ପାଇଁ ପ୍ରସ୍ତୁତି କରାଯାଉଥିବା ମନ୍ତ୍ରୀ କହିଛନ୍ତି । ଇଣ୍ଡିଆନ ଏକ୍ସପ୍ରେସରେ ଏକ ୱେବିନାର ସମୟରେ ମନ୍ତ୍ରୀ କହିଛନ୍ତି, ୬ଜି ଉପରେ କାମ କରୁଥିବା ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କୁ ଏହାର ଅନୁମତି ଦିଆଯାଇଛି । ୬ଜିର ଡେଭଲପମେଣ୍ଟ କାମ ଆରମ୍ଭ ହୋଇ ସାରିଛି । ସରକାର ଏହି ଦିଗରେ କାମ କରୁଛନ୍ତି । ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୩-୨୪ ସୁଦ୍ଧା ଦେଶରେ ୬ଜି ଲଞ୍ଚ୍ ହେବା କଥା କହୁଥିଲେ ମଧ୍ୟ ଜନତା ଏହା ଜାଣିବାକୁ ଚାହୁଁଛନ୍ତି ଯେ, ଦେଶରେ ୫ଜି କେବେ ଆସିବ । ସ୍ମାର୍ଟଫୋନ ନିର୍ମାତାକାରୀ ବହୁ ପୂର୍ବରୁ ୫ଜି ସ୍ମାର୍ଟଫୋନ ଭାରତରେ ବିକ୍ରି କରୁଛନ୍ତି । ମାତ୍ର ଗ୍ରାହକଙ୍କ ପାଇଁ ୫ଜିର କୌଣସି ଚିହ୍ନବର୍ଣ୍ଣ ହିଁ ନାହିଁ । ଆସନ୍ତାବର୍ଷ ଏପ୍ରିଲ-ମେରେ ୫ଜି ସ୍ପେକ୍ଟ୍ରମର ନିଲାମ ହୋଇପାରେ । ନିଲାମ ନେଇ ଚୂଡାନ୍ତ ତାରିଖ ସ୍ପଷ୍ଟ ହୋଇନାହିଁ । କାରଣ ଏହା ପୂର୍ବରୁ ଟ୍ରାଇକୁ ୨୦୨୨ ଫେବୃଆରୀ ସୁଦ୍ଧା ରିପୋର୍ଟ ଦେବାକୁ ପଡିବ । ଏହା ପରେ ଯାଇ ସଠିକ୍ ତାରିଖ ଜଣା ପଡିପାରେ ।

ରିପୋର୍ଟ ଅନୁଯାୟୀ ଟେଲିକମ କମ୍ପାନୀ ମଧ୍ୟ ୫ଜି ସ୍ପେକ୍ଟ୍ରମର ନିଲାମ ଆଉ କିଛି ସମୟ ଘୁଞ୍ଚାଇବାକୁ କହିଛନ୍ତି । କୁହାଯାଉଛି ଅନେକ କମ୍ପାନୀ ୨୦୨୨ରୁ ମେ ପୂର୍ବରୁ ୫ଜି ସ୍ପେକ୍ଟ୍ରମର ନିଲାମ ନ କରିବାକୁ ଅନୁରୋଧ କରିଛନ୍ତି । ତେବେ ଟେଲିକମ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କ ମତରେ ଭାରତରେ ୨୦୨୨ ଫେବୃଆରୀ ସୁଦ୍ଧା ୫ଜି ଉପଲବ୍ଧ ଉପଲବ୍ଧ ହୋଇଯିବ । ଏଥିପାଇଁ ମେଡ୍ ଇନ ଇଣ୍ଡିଆ ଆଧାରରେ ୫ଜି ହାର୍ଡୱେର ଏବଂ ସଫ୍ଟୱେର ପ୍ରସ୍ତୁତ କରାଯାଉଛି ।

Comments are closed.