୨୮ରୁ ବିଧାୟକଙ୍କ କୋଭିଡ୍ ପରୀକ୍ଷା

69

ଭୁବନେଶ୍ୱର : କୋଭିଡ୍ କଟକଣା ଭିତରେ ବିଧାନସଭା ଚାଲିବ ବୋଲି ଜଣାଯାଇଛି । ଆସନ୍ତା ୧ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି ଏହି ଅଧିବେଶନରେ ମଧ୍ୟ କଟକଣା ଜାରି ରହିବ । ଏନେଇ ଆଜି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବାଚସ୍ପତିଙ୍କ ସୂଚନା ମୁତାବକ, ବିଧାନସଭାର ସଦସ୍ୟମାନେ ଗୃହରେ ବସିବା ସହିତ ବାଚସ୍ପତି ଗ୍ୟାଲେରି, ପବ୍ଲିକ ଗ୍ୟାଲେରି,ଲୋକସେବା ଭବନରୁ ଯୋଗ ଦେଇପାରିବେ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାୟିକାଙ୍କର କୋଭିଡ୍ ଟେଷ୍ଟ କରାଯିବ । ଖାଲି ସେତିକି ନୁହେଁ, ବିଧାୟକଙ୍କ ସହ ସମସ୍ତ ପିଏସଓ, ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କର ମଧ୍ୟ ନମୁନା ପରୀକ୍ଷା କରାଯିବ । ଏଥିପାଇଁ ଆସନ୍ତା ୨୮,୨୯ ଓ ୩୦ ତାରିଖ ଦିନ ଧାର୍ଯ୍ୟ କରାଯାଇଛି । ବାଚସ୍ପତିଙ୍କ କହିବା କଥା, ଏନେଇ ସ୍ୱାସ୍ଥ୍ୟ ବିଭାଗର ସଚିବ ଓ ଅଧିକାରୀଙ୍କ ସହିତ ଆଲୋଚନା ହୋଇଛି । ବିଏମ୍ସି ତରଫରୁ ମଧ୍ୟ ବିଧାନସଭାକୁ ପ୍ରତିଦିନ ବିଶୋଧନ କରାଯିବ । ତେବେ ବିଧାନସଭା କେତେ ସମୟ ଚାଲିବ ସେ ନେଇ ଆସନ୍ତା ୨୯ ତାରିଖରେ ହେବାକୁ ଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯିବ ।

Comments are closed.