ବୋଟସୱାନାରେ ଚିହ୍ନଟ ହେଲା ନୂଆ ଭାରିଆଣ୍ଟ

70

ନୂଆଦିଲ୍ଲୀ : ବ୍ରିଟିଶ ବୈଜ୍ଞାନିକମାନେ ବୋଟସୱାନାରେ କରୋନାର ନୂଆ ମ୍ୟୁଟାଣ୍ଟ ଭାରିଆଣ୍ଟ ନେଇ ସତର୍କ କରିଛନ୍ତି । ଏହା କ୍ଷିପ୍ର ସଂକ୍ରମିତ ହେଉଥିବା ବେଳେ ଟିକା ମଧ୍ୟ କାମଦେଉନି । କରୋନା ଭାଇରସର ଏପର୍ଯ୍ୟନ୍ତ ଉତପରିବର୍ତ୍ତିତ ସଂସ୍କରଣରେ ଏହା ସଦ୍ୟତମ । ଏପର୍ଯ୍ୟନ୍ତ ଏହି ଭୂତାଣୁ ଷ୍ଟ୍ରେନର ମାତ୍ର ୧୦ଟି ମାମଲା ମିଳିଛି । ଯାହାକୁ ବୈଜ୍ଞାନିକମାନେ “ଏନୟୁ’ ନାମରେ ନାମିତ କରିଛନ୍ତି । ତେବେ ଏହା ପୂର୍ବରୁ ଭୂତାଣୁର ନୂଆ ପରିବର୍ତ୍ତନ ଦେଶରେ ଦେଖାଯାଇଥିବାର କୁହାଯାଇଛି । ଏଣୁ ଏହା ବ୍ୟପକ ସଂକ୍ରମଣ କରିପାରେ ବୋଲି ବୈଜ୍ଞାନିକ ଚେତାଇଛନ୍ତି । ଭୂତାଣୁର ଏହା ୩୨ତମ ମ୍ୟୁଟେସନ ବୋଲି କୁହାଯାଇଛି । ଯାହା ଅତ୍ୟାଧିକ ସଂକ୍ରାମକ ଓ ଟିକା ପ୍ରତିରୋଧୀ । କରୋନାର ଅନ୍ୟ ପ୍ରକାର ତୁଳନାରେ ଏହାର ସ୍ପାଇକ ପ୍ରୋଟିନ ଅଧିକ ପରିବର୍ତ୍ତନର ସୂଚନା ଦେଉଛି । ୟୁନିଭର୍ସିଟି କଲେଜ ଲଣ୍ଡନର ଜେନେଟିକ ପ୍ରଫେସର ଫ୍ରାଙ୍କୋଇସ୍ ବଲୁକ୍ସ ଏହା ଇମ୍ୟୁନୋ କମ୍ପ୍ରମାଇଜଡ ରୋଗୀଙ୍କ ଠାରେ ଦୀର୍ଘକାଳିକ ସଂକ୍ରମଣ ଭାବେ ଦେଖାଯାଇପାରେ, ଯେପରିକି ନିରୁପିତ ହୋଇପାରିନଥିବା ଏଡସ୍ ରୋଗୀ ବୋଲି ସେ କହିଛନ୍ତି । ସ୍ପାଇକ୍ରେ ପରିବର୍ତ୍ତନ ଯୋଗୁ ଉପଲବ୍ଧ ଟିକା ମାଧ୍ୟମରେ ଏହାର ମୁକାବିଲା ଏବେ ପ୍ରାୟ ଅସମ୍ଭବ । କାରଣ ପୁରୁଣା ସଂସ୍କରଣକୁ ଚିହ୍ନଟ କରିବାରେ ଭୂତାଣୁ ବେଶ୍ ସକ୍ରିୟ । ଇମ୍ପେରିଆଲ କଲେଜର ଭାଇରୋଲଜିଷ୍ଟ ଡା. ଟାମ ପିକକ୍ ଯିଏ ପ୍ରଥମେ ଏହି ଏହାର ପ୍ରସାର ନେଇ ସୂଚିତ କରିଥିଲେ ସେ ମ୍ୟୁଟେସନର ସଂଯୋଜନାକୁ ଭୟାନକ ବୋଲି କହିଥିଲେ । ସେ ଏହାକୁ ବି ୧.୧.୧.୫୨୯ ବୈଜ୍ଞାନିକ ନାମକରଣ କରିଥିବା ବେଳେ ଏହାର ଅର୍ଥ ଏହା ବିଶ୍ୱର ସବୁଠୁ ଭୟଙ୍କର ଏପରିକି ଡେଲ୍ଟା ଠାରୁ ମଧ୍ୟ ଅତ୍ୟନ୍ତ ଖରାପ ପ୍ରକାରର ବୋଲି ସୂଚିତ କରିଥିଲେ ।

ତେବେ ଏହି ଭୂତାଣୁରେ ଅଧିକ ସଂଖ୍ୟକ ମ୍ୟୁଟେସନ ହିଁ ଏହାକୁ ହୁଏତ ଅସ୍ଥିର କରିପାରେ ବୋଲି ବୈଜ୍ଞାନିକମାନେ ମେଲ ଅନଲାଇନକୁ କହିଛନ୍ତି । ଯାହା ହୁଏତ ଭୂତାଣୁ ବିରୋଧରେ କାମ କରିପାରେ ଓ ଅସ୍ଥିର କରିପାରେ । ଏଣୁ ଏହା ବ୍ୟାପକ ହେବା ପୂର୍ବରୁ ରୋକାଯାଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏଣୁ ଏଥିଲାଗି ଏତେ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି । କାରଣ ଏହା ତୀବ୍ର ବ୍ୟାପିବା ନେଇ ଏପର୍ଯ୍ୟନ୍ତ ସଂକେତ ମିଳିନଥିଲା । ବୋଟସୱାନାରେ ଏପର୍ଯ୍ୟନ୍ତ ୩ ଓ ଦକ୍ଷିଣ ଆଫ୍ରିକାରେ ଏପର୍ଯ୍ୟନ୍ତ ୬ଟି ସଂକ୍ରମଣର ସନ୍ଧାନ ମିଳିଛି । ସେହିପରି ଏହି ମାମଲା ହଙ୍ଗକଙ୍ଗର ଜଣେ ବ୍ୟକ୍ତିଙ୍କ ଠାରେ ମଧ୍ୟ ଦେଖାଯାଇଛି । ଯିଏ ନିକଟରେ ଆଫ୍ରିକାରୁ ଫେରିଛନ୍ତି ବୋଲି ରିପୋର୍ଟରୁ ଜଣାପଡିଛି । ଏପର୍ଯ୍ୟନ୍ତ ବ୍ରିଟେନରେ ଏହି ଭୂତାଣୁର ଗୋଟିଏ ହେଲେ ମାମଲା ନାହିଁ । ହେଲେ ୟୁକେ ହେଲଥ୍ ସିକ୍ୟୁରିଟି ଏଜେନ୍ସୀ ପରିସ୍ଥିତି ଉପରେ କଡ଼ା ନଜର ରଖିଥିବା କହିଛନ୍ତି ।

Comments are closed.