ଶୀତ ଦିନେ କାହିଁକି ଦରକାର ହୁଏ ପରଫ୍ୟୁମ୍

72

ଶୀତ ଦିନ ଆରମ୍ଭ ହୋଇଗଲାଣି । ଏହି ଋତୁରେ ବୁଲାବୁଲି କରିବାର ମଜା ହିଁ ନିଆରା । ଯଦି ଆପଣ ଏକା ବା ପରିବାର ସହ ବୁଲାବୁଲି କରିବାକୁ ବାହାରକୁ ଯାଉଥାନ୍ତି । ତେବେ ନିଜ ସୌନ୍ଦର୍ଯ୍ୟର ବିଶେଷ ଧ୍ୟାନ ରଖନ୍ତୁ । ସାଙ୍ଗରେ ପୋଷାକପତ୍ର ସହ ଅନେକ ମେକଅପ୍ ସାମଗ୍ରୀକୁ ନେବାକୁ ମହିଳାମାନେ ଖୁବ୍ ଭଲ ପାଇଥାନ୍ତି । କେବେ କେବେ ଜିନିଷ ଅଧିକ ଓଜନ ହେବା ଯୋଗୁ କିଛି ଜିନିଷ କମାଇବାକୁ ପଡେ କିନ୍ତୁ କାହାକୁ କାଢିବେ ସ୍ଥିର କରି ପାରିନଥାନ୍ତି । ଏ ସମସ୍ୟା ପ୍ରାୟ ମହିଳାଙ୍କଠାରେ ଦେଖିବାକୁ ମିଳିଥାଏ । ଏହି ସ୍ଥିତିରେ ଆପଣ ମେକଅପ୍ର ସେହି ଜିନିଷମାନକୁ ଚୟନ କରନ୍ତୁ, ଯାହାକୁ ଆପଣ ଭିନ୍ନ ଭିନ୍ନ ଭାବେ ବ୍ୟବହାର କରିପାରିବେ । ଏହା ଦ୍ୱାରା କିଛି ଜିନିଷ ବାହାର କରିବା ସହଜ ହୋଇଯାଇଥାଏ । ଯେମିତିକି ଲିପ୍ଷ୍ଟିକ୍କୁ ଆପଣ ଆଇସ୍ୟାଡୋ ବା ବ୍ଲଶ୍ ଓ କାଜଲ୍କୁ ଆଇବ୍ରୋ ପରି ବ୍ୟବହାର କରିପାରିବେ । ପରଫ୍ୟୁମ୍: କୌଣସି ବି ଋତୁ ହେଉନା କାହିଁକି ପରଫ୍ୟୁମ୍ ନିହାତି ଦରକାର । ଯାହାଙ୍କର ବହୁ ମାତ୍ରାରେ ଝାଳ ବାହାରୁଥାଏ । ସେମାନଙ୍କ ପାଇଁ ପରଫ୍ୟୁମ୍ ସବୁଠାରୁ ବେଶୀ ଦରକାରୀ । ଝାଳର ଦୁର୍ଗନ୍ଧକୁ ଦୂର କରିବା ପାଇଁ ପରଫ୍ୟୁମ୍ ଏକମାତ୍ର ପନ୍ଥା । ହାଲ୍କା ପରଫ୍ୟୁମ୍ ଡ୍ରେସ୍ ସହ ଶରୀରରେ ପକାଇବା ଦ୍ୱାରା ଟ୍ରିପ୍ରେ ବୁଲିବାର ମଜା ନିଆରା ହୋଇଥାଏ ।

ଶୀତ ଦିନେ ଜଣା ନପଡିଲେ ବି ଗରମ ପୋଷାକ ବ୍ୟବହାର କଲେ କିଛିଟା ଝାଳ ବାହାରିଥାଏ । ଏହା ସହ ଅନେକ ଲୋକ ସ୍ନାନ କରିବା ପାଇଁ ନାପସନ୍ଦ କରିଥାଆନ୍ତି । ସେହି କାରଣରୁ ଆପଣ ଫରଫ୍ୟୁମ୍ ବ୍ୟବହାର କରିପାରନ୍ତି । ଲିପ୍ ବାମ: ଏହା ଓଠକୁ ମୁଲାୟମ୍ ରଖିବା ପାଇଁ ଖୁବ୍ ଜରୁରି । ତେଣୁ ଏହାକୁ ପର୍ସରେ ନିଶ୍ଚୟ ରଖନ୍ତୁ । ଏହି ଲିପ୍ ବାମ୍କୁ ବ୍ଲଶ୍ କିମ୍ବା ଆଇସ୍ୟାଡୋ ପରି ବ୍ୟବହାର କରିପାରିବେ । ଏସ୍ପିଏଫ୍ : ପାହାଡ଼ିଆ ଅଞ୍ଚଳ ବା ସମୁଦ୍ର କୂଳ କିମ୍ବା ମରୁଭୂମି ଆଦି ସ୍ଥାନରେ ଯାଉଥିଲେ ପ୍ରଥମେ ସନ୍ସ୍କ୍ରିନ୍ ଲଗାଇବା ଜରୁରି । ତେଣୁ ମେକ୍ଅପ୍ ବ୍ୟାଗ୍ରେ ଫାଉଣ୍ଡେସନ୍, ପ୍ରାଇମର ରଖିବା ପୂର୍ବରୁ ସନ୍ ସ୍କ୍ରିନ୍ ଲୋସନ୍ ରଖନ୍ତୁ । ବାହାରକୁ ଯିବାର ଏକ ଘଣ୍ଟା ପୂର୍ବରୁ ସନ୍ସ୍କ୍ରନ୍ ଲୋସନ୍ ଲଗାଇ ଦେଲେ ଏହା ଫାଉଣ୍ଡେସନ୍ ଓ ପ୍ରାଇମର ଆଦିର କାମ କରିଥାଏ ।

Comments are closed.