୨୯ ସୁଦ୍ଧା ଲଘୁଚାପ ସମ୍ଭାବନା

83

ଭୁବନେଶ୍ୱର : ଆସନ୍ତା ୨୯ନଭେମ୍ବର ବେଳକୁ ଦକ୍ଷିଣ-ଆଣ୍ଡାମାନସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ସୃଷ୍ଟି ହେବାର ପରବର୍ତୀ ୪୮ଘଂଟା ମଧ୍ୟରେ ଘନୀଭୂତ ହୋଇ ଅଧିକ ସ୍ପଷ୍ଟ ଚିହ୍ନିତ ହେବା ସହ ପଶ୍ଚିମ-ଉତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି । ଅପରପକ୍ଷରେ ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ।

Comments are closed.