ଏଟିଏମରେ ଟଙ୍କା ଲୋଡ ବେଳେ ବନ୍ଧୁକ ଦେଖାଇ ଲୁଟିନେଲେ ୨୮ ଲକ୍ଷ ଟଙ୍କା ଭର୍ତି ଟ୍ରଙ୍କ

49

ଭଦ୍ରକ : ଏଟିଏମ ମେସିନରେ ଟଙ୍କା ଲୋଡ଼ ବେଳେ ଲୁଟିନେଲେ ଟଙ୍କା ଭର୍ତି ଟ୍ରଙ୍କ । ତିନୋଟି ବାଇକରେ ଆସିଥିବା ଲୁଟେରା ବନ୍ଧୁକ ଦେଖାଇ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଟ୍ରଙ୍କରେ ଲୋଡ ପାଇଁ ଥିଲା ପ୍ରାୟ ୨୮ ଲକ୍ଷ ଟଙ୍କା । ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟ ଏଟିଏମରେ ଟଙ୍କା ଲୋଡ ବେଳେ ଲୁଟର ସୂଚନା ମିଳିଛି । ଚରମ୍ପା ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରେ ଏସବିଆଇ ବ୍ୟାଙ୍କ ଏଟିଏମରେ ଟଙ୍କା ଲୋଡ କରୁଥିଲେ ସିଏମଏସ ସଂସ୍ଥାର କର୍ମଚାରୀ । ତିନୋଟି ବାଇକ୍ ରେ ୬ ଜଣ ଲୁଟେରା ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟ୍ କରିଥିବାର ଅଭିଯୋଗ ହୋଇଛି । ଲୁଟେରାଙ୍କ ମଧ୍ୟରେ ୩ ଜଣଙ୍କ ନିକଟରେ ବନ୍ଧୁକ ଥିବା ବେଳେ ସେମାନେ ଟଙ୍କା ଭର୍ତି ଟ୍ରଙ୍କକୁ ନେଇଯାଇଛନ୍ତି । ଏଟିଏମରେ ଟଙ୍କା ଲୋଡ଼ କରୁଥିବା ୪ ଜଣ କର୍ମଚାରୀଙ୍କୁ ଟାଉନ ଥାନାରେ ପଚରାଉଚୁରା କରାଯାଇ ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ ଚାଲିଥିବା ବିଷୟ ଏସ.ପି. ଚରଣ ସିଂ ମୀନା କହିଛନ୍ତି ।

Comments are closed.