ବସ୍କୁ ପିଟିଲା ଟ୍ରକ୍: ୩ ମୃତ ମୃତକଙ୍କ ପରିବାରକୁ ୨ଲକ୍ଷର ସହାୟତା

68

ବାଲୁଗାଁ : ବାଲୁଗାଁ ବାଇପାସରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଛିଡ଼ା ହୋଇଥିବା ପିକ୍ନିକ୍ ବସକୁ ପଛପଟୁ ଟ୍ରକ୍ ପିଟିବା ଫଳରେ ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିବା ସହ ୯ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ମା’ ତାରିଣୀ ଦର୍ଶନ ସାରି ଫେରୁଥିବା ବେଳେ ଏକ ଯାତ୍ରୀବାହୀ ବସ୍ ରାତି ପ୍ରାୟ ୩ଟା ବେଳେ ବାଲୁଗାଁ ବାଇପାସ୍ରେ ଅଟକିଥିଲା । ସେଠାରେ କେତେକ ଯାତ୍ରୀ ଓ ଚାଳକ ପ୍ରମୁଖ ବସରୁ ଓହ୍ଲାଇ ଚା’ପିଉଥିଲେ । ଏହି ସମୟରେ ଏକ ଟ୍ରକ୍ ଉକ୍ତ ବସ୍କୁ ପଛପଟୁ ପିଟିବା ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମେଡିକାଲରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

Comments are closed.