ନୂଆ ଭାରିଏଂଟ ପାଇଁ ସ୍ୱାସ୍ଥ୍ୟ ବିଭାଗର ଗାଇଡ୍ ଲାଇନ୍

53

– ବିଦେଶରୁ ଫେରୁଥିଲେ କ୍ୱାରେଂଟାଇନ୍ ବାଧ୍ୟତାମୂଳକ

ଭୁବନେଶ୍ୱର : କରୋନାର ନୂଆ ଭାରିଏଂଟ ଓମିକ୍ରନ ଆତଙ୍କ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍ଲାଇନ୍ ଜାରି ହୋଇଛି । ଦକ୍ଷିଣ ଆଫ୍ରିକା ଭଳି ଦେଶ ଗୁଡିକରେ ନୂାଆ ଭାରିଏଂଟ ଚିହ୍ନଟ ହେବା ପରେ ବିଦେଶ ଫେରନ୍ତାଙ୍କ ଉପରେ ନଜର ରହିଛି । ତେଣୁ ଏୟାରପୋର୍ଟ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଗାଇଡ୍ ଲାଇନ୍ରେ କୁହାଯାଇଛି । ଏୟାରପୋର୍ଟ ଦେଇ କୌଣସି ବ୍ୟକ୍ତି ବିଦେଶରୁ ଆସିଲେ ସେମାନଙ୍କ ପାଇଁ କ୍ୱାରେଂଟାଇନ୍ ବାଧ୍ୟତାମୂଳକ ହେବ । ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ଟେଷ୍ଟିଂ ଓ ଜେନମ୍ ସିକ୍ୱେନ୍ସିଂ ମଧ୍ୟ କରାଯିବ । ଏହାସହ ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ସର୍ଭିଲାନ୍ସ ମଧ୍ୟ କରାଯାଉଛି । ବିଦେଶୀ ଯାତ୍ରୀଙ୍କ ପାଇଁ ଇଂଟରନ୍ୟାସନାଲ କ୍ୱାରେଂଟାଇନ୍ କେଂଟ୍ରାଲ ବ୍ୟବସ୍ଥା କମ୍ୟୁନିଟି ସର୍ଭିଲାନ୍ସ ଜୋରଦାର କରାଯିବ ବୋଲି ଗାଇଡ୍ ଲାଇନ୍ ରେ ଉଲ୍ଲେଖ କରାଯାଇଛି ।

ସମସ୍ତେ ଭ୍ୟାକ୍ସିନ୍ ନେବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଆସିଏମଆର ଜିନୋମିକ ଭ୍ୟାରିଏସନ୍ ଦେଖୁଛନ୍ତି । ତେବେ ଲୋକଙ୍କୁ ସଚେତନ ହେବାକୁ ପଡ଼ିବ ।

Comments are closed.