କିସ୍ ଫାଉଣ୍ଡେସନର ସହଯୋଗରେ ସ୍କୁଲର ୧୦୦ ଛାତ୍ରୀଙ୍କୁ ସୋଲାର ଲାଇଟ ବିତରଣ

65

କନ୍ଧମାଳ : ଆଜି ପରିଚୟ ଫାଉଣ୍ଡେସନର ଆନୁକୁଲ୍ୟରେ କିସ୍ ଫାଉଣ୍ଡେସନର ସହଯୋଗରେ ଓ ଏସବିଆଇର ଚିଲଡ୍ରେନ୍ସ ୱେଲଫର ଫଣ୍ଡ ର ସହାୟତାରେ ଫୁଲବାଣୀର ରୁଜାଙ୍ଗି ଉଚ୍ଚ ବିଦ୍ୟାଳୟ ଠାରେ ୧୦୦ ଜଣ ପିଲାଙ୍କୁ ସୋଲାର ଲାଇଟ ବଣ୍ଟନ କରାଯାଇଥିଲା । ଆଜି ୧୫ ତମ ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠା ଦିବସରେ କନ୍ଧମାଳର ରୁଜାଙ୍ଗି ହାଇସ୍କୁଲରେ ଫାଉଣ୍ଡେସନର ସଭାପତି ରୋଜାଲିନ ପାଟଶାଣି ମିଶ୍ର ଉପସ୍ଥିତ ରହି ନିଜ ହାତରେ ସ୍କୁଲର ଛାତ୍ରୀ ମାନଙ୍କୁ ସୋଲାର ଲାଇଟ ବିତରଣ କରିଥିଲେ । ଏହାଦ୍ବାରା ବାରମ୍ବାର ବିଜୁଳି କାଟରୁ ଗ୍ରାମାଞ୍ଚଳର ଛାତ୍ରୀ ମାନେ ପାଠପଢାରେ ଯେଉଁ ବ୍ୟାଘାତ ଘଟୁଥିଲା ତାହାର ସମାଧାନ ହୋଇପାରିବ । ପିଲାମାନେ ସୋଲାର ଲାଇଟରେ ପାଠ ପଢି ପାରିବେ । ସୋଲାର ଲାଇଟ ପାଇ ପିଲାମାନେ ଓ ଅଭିଭାବକ ମାନେ କିସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତ ଓ ପରିଚୟ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed.