୨ରୁ ୫ ରାଜ୍ୟରେ ବର୍ଷା ସମ୍ଭାବନା

72

ଭୁବନେଶ୍ୱର : ଆସନ୍ତା ୩୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨ରୁ ୫ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଅପରପକ୍ଷରେ ଲଘୁଚାପ ଓ ତତଜନିତ ବର୍ଷା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବା ଏସଆରସି ।

ସେ କହିଛନ୍ତି ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଧୀରେ ଧୀରେ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୨ ତାରିଖରୁ ବଙ୍ଗୋପସାଗର ଅଶାନ୍ତ ହେବ । ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି । ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ପ୍ରଭାବ କଣ ରହିବ ତାହା ଜଣାପଡ଼ିବ । ଏହାର ତ୍ରୀବତା ଓ ଗତିପଥ ବାବଦରେ ଏବେଠୁ ପୂର୍ବାନୁମାନ କରିହେବନି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହା କେଉଁ ଦିଗକୁ ଗତି କରିବ ଓ କଣ ଏହାର ପ୍ରଭାବ ରହିବ ସେ ବାବଦରେ ସ୍ପଷ୍ଟ ସୂଚନା ମିଳିଯିବ ।

ତେବେ ଆସନ୍ତା ୪ ତାରିଖ ବେଳକୁ ଏହା ଘନୀଭୂତ ହୋଇ ଉପକୂଳ ମୁହାଁ ହୋଇପାରେ ।ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଏପରିକି ଏହି ଲଘୁଚାପ କ୍ଷେତ୍ର ସାଇକ୍ଲୋନିକ ଡିଷ୍ଟରବାନ୍ସରେ ପରିଣତ ହେବାର ସଙ୍କେତ ମିଳୁଛି । କିନ୍ତୁ ଏହା ଯଦି ବାତ୍ୟାର ରୂପ ନିଏ ତେବେ କେଉଁ ଅଂଚଳ ଦେଇ ଅତିକ୍ରମ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ବୋଲି ଆଇଏମଡି ଡିଜି କହିଛନ୍ତି ।

Comments are closed.