ମୁହଁ ପାଇଁ ଲାଭଦାୟକ ବିଟ୍

74

ବିଟ୍ ମୁହଁ ପାଇଁ ଲାଭଦାୟକ ହୋଇଥାଏ । ଏହା ମୁହଁକୁ ସତେଜ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ । ବିଟକୁ ବ୍ୟବହାର କରି ଗାଲ ଓ ଓଠକୁ ପ୍ରାକୃତିକ ରୂପେ ଗୋଲାପୀ ରଙ୍ଗ କରି ପାରିବା । ସେଥିପାଇଁ ବିଟକୁ ଛେଚି ତାକୁ ଖରାରେ ଶୁଖାଇ ଦିଅନ୍ତୁ । ଖରାରେ ଭଲ ଭାବେ ଶୁଖିଲା ପରେ ତାହକୁ ପେଷି ଗୁଣ୍ଡ କରି ଦିଅନ୍ତୁ । ସେଥିରେ ବାଦାମ ତେଲ ପକାଇ ଭଲ ଭାବେ ମିଶାଇ ଏକ କାଚ ବୋତଲରେ ରଖନ୍ତୁ । ପ୍ରତିଦିନ ଓଠ ଓ ଗାଲରେ ସେଥିରୁ ଗୋଟିଏ ବୁନ୍ଦା ଲଗାନ୍ତୁ । ମୁହଁ ପାଇଁ କ୍ରୀମ ବ୍ୟବହାର କରୁଥିଲେ ସେଥିରେ ବିଟ୍ ଗୁଣ୍ଡ ମିଶାଇ ଲଗାନ୍ତୁ । ତାପରେ ତାହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ । ଆଖି ତଳ କଳା ପଡୁଥିଲେ ବିଟ ରସରେ ୪-୫ ବୁନ୍ଦା ବାଦାମ ତେଲ ପକାଇ ପ୍ରତ୍ୟେକ ଦିନ ଲଗାନ୍ତୁ । ତାପରେ ଫେଶୱାସରେ ମୁହଁକୁ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଆଖି ତଳ ସଫା ହୋଇଯିବ । ମୁହଁରେ ବିଭିନ୍ନ ପ୍ରକାରର ଦାଗ ଥିଲେ ମୁଲତାନି ମାଟିରେ ବିଟ ରସ ମିଶାନ୍ତୁ । ତାପରେ ମିଶ୍ରଣଟିକୁ ମୁହଁ ଓ ବେକରେ ଭଲ ଭାବେ ଲଗାଇ ଦିଅନ୍ତୁ । ତାପରେ ମୁହଁକୁ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ । ଏପରି କିଛି ଦିନ କରିବା ପରେ ଆପଣ ମୁହଁରେ ଫରକ ଜାଣି ପାରିବେ । ବୟସ ବଢିବା ସହ ମୁହଁରେ ତାହା ପ୍ରତିଫଳିତ ହୋଇଥାଏ । ଏଥିରୁ ବର୍ତ୍ତିବା ପାଇଁ ପ୍ରତିଦିନ ମୁହଁରେ ବିଟ ରସ ଲଗାନ୍ତୁ ।

Comments are closed.