ଓମିକ୍ରନ୍ ଭାରିଆଣ୍ଟଠାରୁ ନିଜକୁ କିପରି ସୁରକ୍ଷିତ ରଖିବା?

64

୨୦୨୦ମସିହାରୁ ବିଶ୍ୱରେ ଆତଙ୍କ ଖେଳାଇଛି କରୋନା । ସଂକ୍ରମଣ ବଢ଼ିବା ସହ ନୂଆ ନୂଆ ଭାରିଆଣ୍ଟ ପାଇଁ ଲୋକଙ୍କ ଜୀବନ ବଞ୍ଚିବାଶୈଳୀ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି । କରୋନାର ଦ୍ୱିତୀୟ ଲହରରେ ଅନେକ ଲୋକ ନିଜର ପ୍ରିୟଜନଙ୍କୁ ହରାଇଥିବା ବେଳେ ବର୍ତ୍ତମାନ ଏହାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଏହି ଭାରିଆଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ବେଳେ ଧୀରେ ଧୀରେ ଏହା ୩୦ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି । କିଛି ବିଶେଷଜ୍ଞ ଏହି ଭାରିଆଣ୍ଟ ଡେଲଟାଠାରୁ ମାରାଞଗକ ବୋଲି କହିସାରିଥିବା ବେଳେ ଏହା ଉପରେ ଟିକାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ଆପଣ ନିଜକୁ ଏବଂ ନିଜ ପରିବାରକୁ କିପରି ସୁରକ୍ଷିତ ରଖିବେ, ଆସନ୍ତୁ ଜାଣିବା..

୧. କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ କରୋନାର ଏହି ଭାରିଆଣ୍ଟ ସହିତ ଲଢ଼ିବା ପାଇଁ ଟିକା ଏକ ପ୍ରଭାବଶାଳୀ ସମାଧାନ ହୋଇପାରେ । ଭାରତ ସମେତ ଅନେକ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଚାଲିଛି । ଏପରି ପରିସ୍ଥିତିରେ, ଆପଣ ନିଜର ପରିବାର ଏବଂ ଆପଣଙ୍କ ଆଖପାଖର ଥିବା ଲୋକଙ୍କୁ ଟିକା ନେବା ପାଇଁ ଉତ୍ସାହିତ କରିବା ଆବଶ୍ୟକ । କରୋନା ସଂକ୍ରମଣ ରୋକିବାରେ ଟିକା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

୨. କରୋନାର ଓମିକ୍ରନ୍ ଭାରିଆଣ୍ଟଠାରୁ ନିଜକୁ ରକ୍ଷା କରିବା ପାଇଁ ନିଶ୍ଚିତ ଭାବରେ ମାସ୍କ ବ୍ୟବହାର କରନ୍ତୁ । ଡାକ୍ତରଙ୍କ ଅନୁଯାୟୀ, ଘରୁ ବାହାରକୁ ଯିବାବେଳେ ମାସ୍କ ନିଶ୍ଚିତ ବ୍ୟବହାର କରନ୍ତୁ । କରୋନା ସଂକ୍ରମଣରୁ ରକ୍ଷା କରିବାରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ।

୩. କରୋନା କଟକଣା କୋହଳ ହେବା ପରେ ଏବେ ଲୋକେ ସାମାଜିକ ଦୂରତା ପାଳନ କରୁନଥିବା ଦେଖାଯାଇଛି । ହେଲେ ଓମିକ୍ରନ୍ ଭାରିଆଣ୍ଟକୁ ବ୍ୟାପିବାରୁ ରୋକିବା ପାଇଁ ସାମାଜିକ ଦୂରତା ପାଳନ କରିବା ନିତାନ୍ତ ଆବଶ୍ୟକ ।

୪. କରୋନାରୁ ନିଜକୁ ଏବଂ ନିଜ ପରିବାରକୁ ରକ୍ଷା କରିବା ପାଇଁ, ହାତକୁ ସଠିକ୍ ଭାବରେ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆପଣ ହ୍ୟାଣ୍ଡ ସାନିଟାଇଜର କିମ୍ବା ସାବୁନ ବ୍ୟବହାର କରିପାରିବେ ।

Comments are closed.