ଓଡ଼ିଶା ଫେରିଥିବା ୯୮୨ଜଣଙ୍କ ମଧ୍ୟରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ୪ଜଣ ନମୁନା ଜିନୋମ ସିକ୍ୱେନସିଂ ପାଇଁ ପଠାଯାଇଛି – ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

72

ଭୁବନେଶ୍ୱର : ଓଡ଼ିଶା ଫେରିଥିବା ୯୮୨ଜଣଙ୍କର କରୋନା ପରୀକ୍ଷା କରାଯାଇଥିବା ବେଳେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗତକାଲି ସୁଦ୍ଧା ତେବେ କରୋନା ସଂକ୍ରମିତ ୪ଜଣ ଓମିକ୍ରମ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ନା ନାହିଁ, ସେ ବିଷୟରେ ଜାଣିବା ପାଇଁ ନମୁନାକୁ ଜିନୋମ ସିକ୍ୱେନସିଂ ପାଇଁ ପଠାଯାଇଛି ।

ସେ କହିଛନ୍ତି ଯେ ବିଦେଶ ଫେରାନ୍ତଙ୍କୁ ନେଇ ଆତଙ୍କିତ ହେବା ଉଚିତ ନୁହେଁ । ସେମାନେ ଫେରାର ନାହାନ୍ତି । କିଛି ଲୋକ ଫୋନ ଉଠାଉ ନାହାନ୍ତି । ସ୍ୱାସ୍ଥ୍ୟକର୍ମୀମାନେ ଗାଁ ଗାଁ ବୁଲି ସେମାନଙ୍କୁ ଟ୍ରେସ କରିବା କାମରେ ଲାଗିଛନ୍ତି । । ପ୍ରଥମ ଓ ଦ୍ୱିତୀୟ ଲହରରୁ ରାଜ୍ୟ ଅନେକ ଶିକ୍ଷା ପାଇଛି । ଯଦି ତୃତୀୟ ଲହର ଆସେ, ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି ।

Comments are closed.