ଗରିବ ଓ ଅସହାୟଙ୍କ ଭରସା ବିଏସ୍କେୱାଇ

69

ଭୁବନେଶ୍ୱର : ବିଏସକେୱାଇ ସ୍ମାର୍ଟ ସ୍ୱାସ୍ଥ୍ୟ ଯୋଜନା ଏବେ ରାଜ୍ୟବାସୀଙ୍କ ବିଶ୍ୱାସ ଓ ଭରସା ପାଲଟିଛି । ଅସହାୟ ଓ ଗରିବଙ୍କ ସାହସ ପାଲଟିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ । ବିଏସ୍କେୱାଇ ମାଧ୍ୟମରେ ରାଜ୍ୟରେ ଦୈନିକ ଦେଢ଼ ଲକ୍ଷ ଲୋକ ସମସ୍ତ ସରକାରୀ ଓ ପଞ୍ଜିକୃତ ଘରୋଇ ହସ୍ପିଟାଲରେ ବିନା ମୂଲ୍ୟରେ ଚିକିତ୍ସିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଲକ୍ଷ୍ୟକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍ କାର୍ଡ ସଫଳ କରୁଛି । ଯୋଜନାରେ ରାଜ୍ୟ ସରକାର ପଞ୍ଜିକୃତ ଘରୋଇ ହସ୍ପିଟାଲଗୁଡ଼ିକରେ ଦୈନିକ ପ୍ରାୟ ୧ କୋଟି ଟଙ୍କାର ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି । ଦେଶରେ ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ସ୍ୱାସ୍ଥ୍ୟକ୍ଷେତ୍ରରେ ବଳିଷ୍ଠ ପଦକ୍ଷେପ ନେଇଛି । ରାଜ୍ୟର ୯୬ ଲକ୍ଷ ପରିବାର ବିଏସ୍କେୱାଇ କାର୍ଡ ପାଇବେ । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷାର ସମସ୍ତ ହିତାଧିକାରୀ ଏହି ସୁବିଧା ପାଇବେ । ରାଜ୍ୟର ସାଢ଼େ ୩ କୋଟି ଲୋକ ଉପକୃତ ହେବେ । ନୂଆ ବ୍ୟବସ୍ଥାରେ ହସ୍ପିଟାଲରେ କୌଣସି ଡକ୍ୟୁମେଣ୍ଟ ଦରକାର ନାହିଁ । ଦେଶର ୨ଶହରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଏହି କାର୍ଡ ଜରିଆରେ ଚିକିତ୍ସିତ ହୋଇପାରିବେ । ପରିବାରର ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ମିଳିବ ।

Comments are closed.