ରିସ୍କ ଜୋନ୍ ରେ ଶିଶୁ

69

ଭୁବନେଶ୍ୱର : ରାଜ୍ୟରେ କୋଭିଡ ପାଇଁ ଯେମିତି ସତର୍କତା ଅବଲମ୍ବନ କରାଯାଉଛି, ଓମିକ୍ରନ ଭାରିଆଣ୍ଟ ପାଇଁ ମଧ୍ୟ ସେମିତି ସତର୍କ ରହିବା ଆବଶ୍ୟକ । ଟେକ୍ନିକାଲ ଏବଂ କମ୍ୟୁନିଟି କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱ୍ାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ଅନୁସାରେ, ଯେଉଁମାନେ ଭ୍ୟାକ୍ସିନ ନେଇ ନାହାନ୍ତି,ବହୁବିଧ ରୋଗରେ ଆକ୍ରାନ୍ତ ଲୋକଙ୍କ ପାଇଁ ଅଧିକ ରିସ୍କ ରହିଛି । ଶିଶୁମାନେ ଏଯାଏ ଭ୍ୟାକସିନ୍ ନେଇ ନଥିବାରୁ
ସେମାନେ ମଧ୍ୟ ରିସ୍କ ଜୋନ୍ରେ ଅଛନ୍ତି । ସେଥିପାଇଁ ସିଏଚ୍ସି ଏବଂ ପିଏଚ୍ସିରେ ପେଡିଆଟ୍ରିକ୍ ମ୍ୟାନେଜମେଣ୍ଟ କରିବାକୁ ବ୍ୟବସ୍ଥା କରାଯାଇଛି । ଏଥିସହ ଆଇସିୟୁ ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ମଧ୍ୟ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏଥିସହ ସେ କହିଛନ୍ତି, ବିଭିନ୍ନ ବର୍ଗର ରୋଗୀଙ୍କ ଚିକିତ୍ସା ପାଇଁ ଭିନ୍ନ ଗାଇଡ଼ଲାଇନ ରହିଛି ।

ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଦିଆଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ୟ ଗବେଷକମାନଙ୍କ ତଥ୍ୟ ଅନୁସାରେ, ଓମିକ୍ରନ ଭାରିଆଣ୍ଟର ସଂକ୍ରାମକ କ୍ଷମତା ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ । ସଂକ୍ରମଣରେ ଲକ୍ଷଣ କମ୍ ରହିଛି । କେହି ଗୁରୁତର ହେଉନାହାନ୍ତି କି ମୃତ୍ୟୁ ହେଉନାହିଁ । ପଜିଟିଭ୍ ହୋଇଥିବା ୪ଜଣ ବିଦେଶ ଫେରନ୍ତା ଲକ୍ଷଣ ବିହୀନ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସୂଚନାଯୋଗ୍ୟ, ଓମିକ୍ରନ ସଂକ୍ରମଣ ଆରମ୍ଭ ହେବାଠାରୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଓମିକ୍ରନ ରିସ୍କ ତଥା ଆଟ ରିସ୍କ ଦେଶରୁ ଓଡ଼ିଶାକୁ ୯୮୨ ଜଣ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ଚାରିଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ସେମାନେ ସୁସ୍ଥ ଅଛନ୍ତି ଓ ଏକାନ୍ତବାସରେ ରହିଛନ୍ତି ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

Comments are closed.