ନୂଆ ବର୍ଷରେ କାଳିଆ ଦର୍ଶନ ମନା

65

ପୁରୀ : ନୂଆବର୍ଷରେ ଜଗା ଦର୍ଶନ ବନ୍ଦ । ନୂଆବର୍ଷରେ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର । କୋଭିଡ୍ ସଂକ୍ରମଣ ଓ ଭିଡକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ମିଳିଥିବା ସୂଚନା ମୁତାବକ, ଡିସେମ୍ବର ୩୧ ତାରିଖ ଓ ଜାନୁଆରୀ ୧ ତାରିଖ ଦିନ ପୁରୀ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ରାଜ୍ୟରେ ଏବେ ସଂକ୍ରମଣ କମିବାରେ ଲାଗିଛି । ହେଲେ ଓମିକ୍ରନ୍ ଭାରିଆଣ୍ଟ ସମସ୍ତଙ୍କ ଭୟକୁ ପୁଣିଥରେ ବଢାଇ ଦେଇଛି । ଏପରି ସ୍ଥିତିରେ ନୂଆବର୍ଷରେ ଶ୍ରୀମନ୍ଦିର ଖୋଲାରହିଲେ, ପ୍ରବଳ ଗହଳି ହେବାର ଆଶଙ୍କା ରହିଛି । ଯାହାଫଳରେ କରୋନାର ସଂକ୍ରମଣ ମଧ୍ୟ ବଢିପାରେ । ତେଣୁ ଏହାକୁ ଆଖି ଆଗରେ ରଖି ଡିସେମ୍ବର ୩୧ ତାରିଖ ଓ ଜାନୁଆରୀ ୧ ତାରିଖରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହାପୂର୍ବରୁ ମଧ୍ୟ ଦୀପାବଳି, କାର୍ତ୍ତିକ ପୂର୍ଣ୍ଣିମା ଭଳି ଉତ୍ସବରେ ମଧ୍ୟ ଶ୍ରୀମନ୍ଦିର ବନ୍ଦ ରହିଥିଲା । ଏହିସବୁ ଦିନରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଅଧିକ ରହୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ।

Comments are closed.