ନରୱାଣେ ପରବର୍ତ୍ତୀ ସିଡିଏସ୍ ! ସ୍ଥଳସେନା ମୁଖ୍ୟ ରେସ୍ ରେ ଚଣ୍ଡୀ ମହାନ୍ତି

65

ନୂଆଦିଲ୍ଲୀ/ଭୁବନେଶ୍ୱର : କିଏ ହେବେ ପରବର୍ତ୍ତୀ ସିଡିଏସ୍ ? ଜେନେରାଲ ବିପିନ୍ ରାୱତଙ୍କ ଅକାଳ ବିୟୋଗରେ ତାଙ୍କ ଭଳି ଅଭିଜ୍ଞ ଓବରିଷ୍ଠ ଅଧିକାରୀଙ୍କୁ ବାଛିବା ପ୍ରକ୍ରିୟା ଆରମ୍ଭ ହୋଇଛି । ରେସ୍ରେ ଆଗରେ ଅଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍.ନରୱାଣେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକରେ ଏଥିନେଇ ଆଲୋଚନ ହୋଇଛି ଏବଂ ଖୁବ୍ଶୀଘ୍ର ସିଡିଏସ୍ ପଦ ପାଇଁ ନାମ ଘୋଷଣା ହେବ ବୋଲି ଜଣାପଡ଼ିଛି । ବାୟୁସେନା ମୁଖ୍ୟ ମାର୍ଶଲ ଭି.ଆର.ଚୌଧୁରୀ ଏବଂ ନୌସେନା ମୁଖ୍ୟ ଆର.ହରିକୁମାର ଗତ ସେପ୍ଟେମ୍ବର ୩୦ ଓ ନଭେମ୍ବର ୩୦ରେ ଦାୟିତ୍ୱ ନେଇଛନ୍ତି । ଜେନେରାଲ ନରୱାଣେ ଆସନ୍ତା ଏପ୍ରିଲରେ ଅବସର ନେବାର ଅଛି । ସଂଶୋଧିତ ସାମରିକ ଆଇନ ଅନୁଯାୟୀ ସିଡିଏସ୍ ୬୫ବର୍ଷ ପର୍ଯ୍ୟନ୍ତ କାମ କରିପାରିବେ । ତେଣୁ ନରୱାଣେଙ୍କ ନାଁ ଉପରେ କେନ୍ଦ୍ର ସରକାର ମୋହର ମାରିବା ସମ୍ଭାବନା ଅଧିକ ରହିଛି । ଯଦି ନରୱାଣେ ସିଡିଏସ୍ ଭାବେ ନିଯୁକ୍ତି ପାଆନ୍ତି, ତେବେ ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ନୂଆ ସେନାଧ୍ୟକ୍ଷ ହେବାର ସମ୍ଭାବନା ଅଧିକ ରହିଛି । ଏହି ପଦ ଲାଗି ନର୍ଦ୍ଦନ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ୱାଇ.କେ.ଯୋଶୀଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ଉଭୟ ମହାନ୍ତି ଓ ଯୋଶୀ ଗୋଟିଏ ବ୍ୟାଚ୍ର ହୋଇଥିଲେ ମଧ୍ୟ ବରିଷ୍ଠତା ଦୃଷ୍ଟିରୁ ଶ୍ରୀ ମହାନ୍ତିଙ୍କ ନାମ ଆଗରେ ରହିଛି ।

Comments are closed.