ବନ୍ଧୁତ୍ୱପୁର୍ଣ୍ଣ ସ୍ୱଭାବ ଦେଖାଇଲା ତାଲିବାନ : ଆଫଗାନିସ୍ତାନରେ ଫସିଥିବା ଭାରତୀୟଙ୍କୁ ପଠାଇଲା

71

ନୂଆଦିଲ୍ଲୀ : ତାଲିବାନୀ ଦେଖାଇଲେ ଭାରତ ପ୍ରତି ବନ୍ଧୁତ୍ୱପୁର୍ଣ୍ଣ ଭାବନା । ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟ ଜରିଆରେ ଆଫଗାନୀ ଶିଖଙ୍କୁ ଭାରତକୁ ପଠାଇଲେ ତାଲିବାନୀ ସରକାର । ଗତ ଅଗଷ୍ଟ ମାସରେ ତାଲିବାନୀ ଶାସନର ବର୍ବରତାରେ ଅତିଷ୍ଠ ହୋଇ ଆଫଗାନିସ୍ତାନ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ଅନେକ ଆଫଗାନୀ ବାସିନ୍ଦା । ଏମାନଙ୍କ ମଧ୍ୟରେ କିଛି ଆଫଗାନୀ ନାଗରିକଙ୍କ ସହ ଆଫଗାନୀ ଶିଖ୍ ଥିଲେ ଯେଉଁମାନେ ଭାରତକୁ ଫେରିବାକୁ ଚାହୁଁଥିଲେ । ଆଫଗାନିସ୍ତାନରେ ତାଲିବାନ ସତ୍ତାକୁ ଆସିବା ପରେ ପ୍ରଥମଥର ପାଇଁ ଭାରତ ସହ ବନ୍ଧୁତ୍ୱପୁର୍ଣ ସ୍ୱଭାବ ଦେଖାଇଛି । ଭାରତ ଫେରିବାକୁ ଚାହୁଁଥିବା ଆଫଗାନୀ ନାଗରିକଙ୍କୁ ଭାରତ ଫେରିବାର ବାଟ ଖୋଲିଛି ତାଲିବାନ । ଶୁକ୍ରବାର କାବୁଲରୁ ସ୍ୱତନ୍ତ୍ର ବିମାନ ଜରିଆରେ କିଛି ଆଫଗାନୀ ଶିଖ୍ ନାଗରିକ ଭାରତ ଫେରିଛନ୍ତି । ସମସ୍ତ ନାଗରିକ ସୁରକ୍ଷିତ ଭାବରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ôଚଛନ୍ତି । ୧୦୪ ଜଣଙ୍କୁ ନେଇ ଏକ ସ୍ୱତନ୍ତ୍ର ଚାଟାର୍ଡ ବିମାନ କାବୁଲ ଏୟାରପୋର୍ଟରୁ ପଠାଇଛି ଆଫଗାନିସ୍ତାନର ନୂଆ ସରକାର । ଏମାନଙ୍କ ମଧ୍ୟରେ ୯୪ ଜଣ ଆଫଗାନୀ ଶିଖ୍ ଓ ହିନ୍ଦୁ ସମ୍ପ୍ରଦାୟର ହୋଇଥିବା ବେଳେ ୧୦ ଜଣ ଭାରତୀୟ ମଧ୍ୟ ଅଛନ୍ତି । ନିଜ ସହ ଏକ ସ୍ୱତନ୍ତ୍ର ଗୁରୁ ଗ୍ରନ୍ଥ ନେଇ ଆସିଛନ୍ତି ଆଫଗାନି ଶିଖ୍ ନାଗରିକ ।

ଆଉ ଦିଲ୍ଲୀରେ ପହଞ୍ଚିବା ପରେ ଏହି ଗୁରୁ ଗ୍ରନ୍ଥକୁ ନିଜ ମୁଣ୍ଡରେ ରଖି ଏୟାରପୋର୍ଟରୁ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଉ ଭାରତ ପହଞ୍ଚିବା ପରେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କାବୁଲରେ ଫଶିଥିବା ଭାରତୀୟ । ଆମେରିକା ନିଜର ସେନାକୁ ଆଫଗାନିସ୍ତାନରୁ ପ୍ରତ୍ୟାହାର କରିବା ପରେ ତାଲିବାନ ପୁରା ଆଫଗାନିସ୍ତାନକୁ ନିଜ ଅକ୍ତିଆର କରିଥିଲା । ଯାହାପରେ ତାଲିବାନିଙ୍କ ସରିଆ ଆଇନ ଦେଶରେ ଲାଗୁ ହୋଇଛି । ଅଜବ ଆଇନ କାନୁନକୁ ସହିବା କଷ୍ଟକର ହୋଇଥିବାରୁ ଦେଶ ଛାଡିବାକୁ ଚାହିଁଥିଲେ ଅନେକ ଆଫଗାନୀ ହିନ୍ଦୁ । ସଂଖ୍ୟାଲଘୁ କାରଣରୁ ଅନେକ ଅସୁବିଧା ସାମନା କରିବାକୁ ପଡୁଥିଲା ଏମାନଙ୍କୁ । ତେବେ ଭାରତ ପକ୍ଷରୁ ସ୍ୱତନ୍ତ୍ର ବିମାନ ପଠାଯାଇ ପୂର୍ବରୁ ଆଫଗାନିସ୍ତାନରୁ ୬୦୦ ଭାରତୀୟ ଓ ଆଫଗାନୀ ନାଗରିକଙ୍କୁ ଉଦ୍ଧାର ମଧ୍ୟ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଆଫଗାନୀ ଶିଖ୍ ଓ ହିନ୍ଦୁଙ୍କୁ ମଧ୍ୟ ଭାରତ ଅଣାଯାଇଥିଲା । ତେବେ ଅନେକ ଜଣ ସେ ସମୟରେ ଆଫଗାନିସ୍ତାନରେ ରହିଯାଇଥିଲେ । ଆଉ ଏବେ ଭାରତ ଫେରିଛନ୍ତି ।

Comments are closed.