ପିଲାଙ୍କ ଗହଣରେ ନବୀନ : ଶ୍ରେଣୀରେ ବସିଲେ,ପିଲାଙ୍କ ସହ କଥାହେଲେ

73

ବ୍ରହ୍ମପୁର/ହିଞ୍ଜଳି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ୫-ଟିରେ ରୂପାନ୍ତରୀତ ହୋଇଥିବା ହିଞ୍ଜିଳିକାଟୁର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାପୀଠରେ ପହଞ୍ଚିଥିଲେ । ସ୍ମାର୍ଟ କ୍ଲାସ୍ରୁମ୍ ରେ ବସିବା ସହ ପିଲାଙ୍କ ସହିତ କଥା ହୋଇଥିଲେ । ଏଥିସହ କିଭଳି ପାଠପଢ଼ା ଚାଲିଛି ସେ ବିଷୟରେ ମଧ୍ୟ ପଚାରି ବୁଝିଥିଲେ । ଜଣେ ଛାତ୍ର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଫଟୋ ଉପହାର ଦେଇଥିଲେ । ନିଜ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ପିଲାମାନେ ବେଶ୍ ଖୁସି ଅନୁଭବ କରିଥିଲେ । ପିଲାଙ୍କ ସହ କିଛି ସମୟ ବିତାଇବା ପରେ ମୁଖ୍ୟମନ୍ତ୍ରୀ ଅତ୍ୟାଧୁନିକ ବିଜ୍ଞାନାଗାର ଓ ଲାଇବ୍ରେରୀ ବୁଲି ଦେଖିଥିଲେ । ସ୍କୁଲ ରୂପାନ୍ତରଣ ପରେ କିଭଳି ପିଲା ଉନ୍ନତ ସୁବିଧା ପାଉଛନ୍ତି ତାହା ପଚାରି ବୁଝିଥିଲେ । ଲାଇବ୍ରେରୀରେ ବସି ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ । ସ୍କୁଲ ରୂପାନ୍ତରଣ ପରେ କିଭଳି ସୁବିଧା ମିଳୁଛି ପଚାରି ବୁଝିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଉପସ୍ଥିତ ଥିଲେ । ୫-ଟି ଅଧୀନରେ ନୂଆ ରୂପ ପାଉଛି ସ୍କୁଲ । ସ୍ମାର୍ଟ କ୍ଲାସ୍ରୁମ୍, ଇ-ଲାଇବ୍ରେରୀ, ବିଜ୍ଞାନାଗାର, ପାନୀୟଜଳ, ଶୌଚାଳୟ ଓ କମନ୍ ରୁମ୍ ଭଳି ରହିଛି ଅତ୍ୟାଧୁନିକ ସୁବିଧା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୮ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୨ ମାର୍ଚ୍ଚ ସୁଦ୍ଧା ୩୩୦୦ ହାଇସ୍କୁଲର ରୂପାନ୍ତରଣ ଲକ୍ଷ୍ୟ ରଖିଛନ୍ତି ସରକାର।

Comments are closed.