ଗଜପତିରେ ପୁଣି ଜନନୀ ଯନ୍ତ୍ରଣା ରାସ୍ତା ନ ଥିବାରୁ ପ୍ରସୂତିଙ୍କୁ କାନ୍ଧରେ ବୋହି ଆଣୁଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ

72

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ପକ୍କା ରାସ୍ତା ନଥିବାରୁ ଚଲାଇ ଚଲାଇ ଆଣି ନାଳ ବା ଝରଣା ନିକଟରେ ବୋହି ଆଣିଥିଲେ ପରିବାର ଲୋକେ ଓ ଗ୍ରାମବାସୀ । ଏପରି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ରାଇପଙ୍କା ପଞ୍ଚାୟତ ଅନ୍ତର୍ଗତ ଜନକପୁର ଗ୍ରାମର ଗର୍ଭବତୀ ମହିଳା ବେତନି ରଇତଙ୍କ କ୍ଷେତ୍ରରେ । ପ୍ରସବ ବେଦନା ବଢିବାରୁ ଜନକପୁରରୁ ବିରିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ମୋଟର ଗାଡି ଯିବାପାଇଁ ରାସ୍ତାଟିଏ ନ ଥିବାରୁ କିଛି ବାଟ ଚଲାଇ ଚଲାଇ ଆଣିବା ପରେ ନାଳ ବା ଝରଣା ନିକଟରେ କାନ୍ଧରେ ବୋହି ପାର କରାଇଥିଲେ । ପକ୍କା ରାସ୍ତା ଆରମ୍ଭ ହେବାପରେ ଏକ ବୋଲେର ଯୋଗେ ବିରିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ବର୍ତ୍ତମାନ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି । ଦୁଃଖ ଓ ପରିତାପର ବିଷୟ ଏହି ଯେ, ଜନକପୁର ଗ୍ରାମର ଅନେକ ସମସ୍ୟା ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରିତ ହେଉଥିବା ଏବଂ ସମସ୍ୟାକୁ ନେଇ ପ୍ରଶାସନକୁ ବାରମ୍ବାର ଅବଗତ କରାଗଲେ ମଧ୍ୟ କୌଣସି ବିକାଶ ଘଟୁନି । ତେବେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଠାରୁ ସୂଚନା ପାଇ ମୋହନା ସମ୍ମନ୍ୱିତ ଶିଶୁ ବିକାଶ ଅଧିକାରିଣୀ କେବଳ ଜଣେ ସୁପରଭାଇଜରଙ୍କୁ ପଠାଇ ତଦନ୍ତ କରି କାମ ସାରିଦେଇଛନ୍ତି ।

ସେହିପରି ଏହି ବ୍ଲକରେ ରାସ୍ତା ନଥିବା ଯୋଗୁଁ ସମପରିମାଣର ଜଣେ ଗର୍ଭବତୀ ମହିଳା ଅବସ୍ଥା ଭୋଗିଥିବାର ଜଣାପଡିଛି । ରାସ୍ତା ନ ଥିବାରୁ ୩ କିମି ଷ୍ଟେଚରରେ ବୁହା ହେଲେ ଗର୍ଭବତୀ ମହିଳା । ରବିବାର ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ମୋହନା ବ୍ଲକ ବାଲିଗଣ୍ଡା ଗାଁର ପୁଷ୍ପାଞ୍ଜଳି ପାଇକଙ୍କ ପ୍ରସୂତି ଜନିତ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟା କେନ୍ଦ୍ରର ୧୦୮ ଆମ୍ବଲ।।ନ୍ସକୁ ଫୋନ କରିଥିଲେ । କିନ୍ତୁ ଗାଁକୁ ଭଲ ରାସ୍ତା ନଥିବ।।ରୁ ଅଧା ରାସ୍ତାରେ ଆମ୍ବୁଲାନ୍ସ ଅଟକିଯାଇଥିଲା । ପରେ ଆମ୍ବଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁଙ୍କ ପ୍ରଚେଷ୍ଟା ଓ ଗ୍ରାମବ।।ସୀଙ୍କ ସହାୟତାରେ ଗର୍ଭବତୀ ମହିଳାଙ୍କୁ ୩ କିମିଷ୍ଟେଚରରେ ବୋହି ଆମୁଲାନ୍ସ ଯାଏଁ ଆଣିବା ପରେ ସେଠାରୁ ଆମ୍ବୁଲାନ୍ସରେ ଆଣି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପଯୁକ୍ତ ଚିକିତ୍ସା ଯୋଗୁଁ ମହିଳା ଜଣକ ଏକ ପୁତ୍ର ସନ୍ତାନ ପ୍ରସବ କରିଥିବାର ଜଣାପଡିଛି । ହେଲେ ଏହି ଗ୍ରାମ ଗୁଡିକ ପ୍ରତି କେବେ ସରକାର ଓ ପ୍ରଶାସନ ଦୃଷ୍ଟି ଦେବେ ଏବଂ ଏଭଳି ଗ୍ରାମ ଗୁଡିକର ବିକାଶର ମୁହଁ କେବେ ଦେଖିବ ତାହାକୁ ନେଇ ଅଞ୍ଚଳବାସୀ ଅପେକ୍ଷାକରିଛନ୍ତି । ସୂଚନା ଯୋଗ୍ୟ ଯେ, ଏପରି ଭାବେ ବହୁ ପ୍ରସୂତି ମହିଳା, ବୃଦ୍ଧ ବୃଦ୍ଧା ରୋଗୀଙ୍କୁ ଚଲାଇ ଚଲାଇ ଆଣି ପକ୍କା ରାସ୍ତା ପର୍ଯ୍ୟନ୍ତ ଅଣାଯାଉଥିବାର ବହୁ ନଜିର ରହିଛି । ଦେଶ ସ୍ୱାଧିନତାକୁ ୭୪ପୁରି ୭୫ ବର୍ଷରେ ପଦାର୍ପଣ କଲାଣି ହେଲେ ଲୋକେ ଏପରି ଅବସ୍ଥା ଭୋଗୀବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାର ଗ୍ରାମାଞ୍ଚଳର ଉନ୍ନତି ଓ ବିକାଶ ଓ ମହିଳାମାନଙ୍କ ସୁରକ୍ଷା ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରି ଆସୁଥିବା ଡିଣ୍ଡିମ ପିଟି ଚାଲିଥିବା ବେଳେ ଗଜପତି ଜିଲ୍ଲାର ଅନେକ ଗ୍ରାମବାସୀ ଏହାର କୌଣସି ସୁଫଳ ପାଉନଥିବା ନେଇ ସାଧାରଣରେ ଅସନ୍ତୋଷ ବଢି ଚାଲିଛି ।

Comments are closed.