ମୃତ୍ୟୁସହ ସଂଗ୍ରାମ କରୁଛି ୧୧ ବର୍ଷର ଝିଅ ହିଷିତା : ସହାୟତା ପାଇଁ ନିବେଦନ

67

ଖୋର୍ଦ୍ଧା : କୋମଳମତି ଝିଅ ବୟସ ହେବ ପାଖାପାଖି ୧୧ । ଆଖିରେ ଆଖିଏ ସ୍ୱପ୍ନ । ବଡ଼ହେଲେ ଡାକ୍ତର ହେବି । ଗରିବଙ୍କ ସେବା କରିବି । କିନ୍ତୁ, ଝିଅଟି ଉପରେ ଦାଉ ସାଧିଲା ଦଇବ । ଅଧାରୁ ପାଠ ପଢା ଛାଡିବାକୁ ପଡ଼ିଲା । କାରଣ ଝିଅଟିର ଉଭୟ କିଡ଼ନୀ ନଷ୍ଟ ହୋଇଯାଇଛି । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି । ଅତି ଗରିବ ପରିବାରର ଝିଅ ହୋଇଥିବାରୁ ବର୍ତମାନ ପରିସ୍ଥିତିରେ ଝିଅଟିର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ପରିବାର ପକ୍ଷେ ସମ୍ଭବ ନୁହେଁ । ପିତାଙ୍କ ପରିସ୍ଥିତି ଏପରି ଯେ, ଖାଇବା ପାଇଁ ପାଖରେ ପଇସା ନଥିବାରୁ ବାଧ୍ୟହୋଇ ଘର ଛାଡି ସୁଦୂର କୋଲକାତାରେ ଏକ ଘରୋଇ ହୋଟେଲରେ କ୍ଲିନର ଭାବେ କାମ କରନ୍ତି । ଏଭଳି ଦାରୁଣ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁଲେଇ ପଚାଂୟତ ଅନ୍ତର୍ଗତ ବିଂଝଳା ଗ୍ରାମର ଛୋଟ ଝିଅ ହିଷିତା ନାୟକଙ୍କ ପକ୍ଷେ । ବାପା ମଦନ ନାୟକ କୋଲକାତାରେ ମୂଲ ଲାଗନ୍ତି । ପରିବାର କହିଲେ ଗୋଟେ ଛୋଟ ଭାଇ, ମା’ ଏବଂ ବାପା । ତେବେ ୨୦୧୫ ରେ ହିଷିତା ବିଂଝଳା ଗ୍ରାମରେ ରହୁଥିବା ବେଳେ ହଠାତ୍ ତାଙ୍କ ଦେହ ଫୁଲିବାକୁ ଲାଗିଲା । ଚିକିତ୍ସା କରାଇବାରୁ ଜଣାପଡ଼ିଲା ଯେ, ଝିଅର ଗୋଟେ କିଡ଼ନୀ ନଷ୍ଟ ହୋଇଯାଇଛି । ରୋଗଗ୍ରସ୍ତ ହେତୁ ପଚଂମ ଶ୍ରେଣୀରୁ ପାଠପଢ଼ା ଛାଡିବାକୁ ପଡ଼ିଲା ହିଷୀତାଙ୍କୁ । ଶରୀର ସୁସ୍ଥ ପାଇଁ ଘରେ ରହି ସେବେଠାରୁ ଔଷଧ ଖାଇ ଚିକିତ୍ସିତ ହୋଇ ଆସୁଛନ୍ତି ।

ତେବେ ଏକ ମାସ ପୂର୍ବେ ହିଷୀତାଙ୍କ ଦେହ ପୁନର୍ବାର ଗୁରୁତର ହେବାରୁ ପରିବାର ଲୋକେ କୋଲକାତାରେ ଟେଷ୍ଟ କରିବାରୁ ଜଣାପଡ଼ିଲା ତାଙ୍କର ଦ୍ୱିତୀୟ କିଡ଼ନୀ ମଧ୍ୟ ନଷ୍ଟ ହୋଇଯାଇଛି । ଏହା ଜାଣି ବାପା ମା’ ଙ୍କ ମୁଣ୍ଡରେ ଚଡ଼କ ପଡିଯାଇଛି । କିପରି ପିଲାଟିକୁ ବଂଚାଇବେ କିଛି ବୁଦ୍ଧି ବାଟ ଦିଶୁନାହିଁ । ଡାକ୍ତର କହୁଛନ୍ତି, ଯଥାଶୀଘ୍ର ୧୫ ଦିନ ମଧ୍ୟରେ ୧୫ ଲକ୍ଷ ଟଙ୍କା ଯୋଗାଡ଼ କରିବାକୁ । ଯାହାଦ୍ୱାରା ଗୋଟାଏ କିଡ଼ନୀ ଟ୍ରାନ୍ସପ୍ଲାଂଟ ହୋଇପାରିବ ଏବଂ ଝିଅଟି ବଂଚିପାରିବ । ଏବେ ଝିଅଟିର ଡ଼ାଇଲିସିସ ଚାଲିଛି । ଏପରିକି ବାପା ମଦନଙ୍କ ପାଖେ ସେହି ପରିମାଣରେ ଝିଅର ଚିକିତ୍ସା ପାଇଁ ଅର୍ଥ ନାହିଁ । ମଦନ କୋଲକାତାରେ ଦିନ ମଜୁରିଆ ଭାବେ କାମ କରି ମାସକୁ ଅନ୍ୟୁନ ୧୫ ହଜାର ପାରିଶ୍ରମିକ ପାଉଥିବା ବାପାଟି ଝିଅ ପାଇଁ ୧୫ ଲକ୍ଷ କୁଆଡୁ ଆଣିବ କହି ପାଗଳଙ୍କ ପରି କାନ୍ଦୁଥୁବାର ଦେଖାଯାଇଛି । ସୁଦୂର କୋଲକାତାରୁ ଗଣମାଧ୍ୟମ ଜରିଆରେ ସେ ତାଙ୍କ ଝିଅଙ୍କୁ ବଂଚାଇବା ପାଇଁ ଆକୁଳ ନିବେଦନ କରିଛନ୍ତି । ଏଥିପାଇଁ ଓଡିଶା ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲାପାଳ, ଚିଲିକା ବିଧାୟକ ଏବଂ ଜନସାଧାରଣଙ୍କୁ ଆକୁଳ ନିବେଦନ କରିଛନ୍ତି ବାପା ମଦନ ।

ଝିଅଟି ବର୍ତମାନ କୋଲକାତା ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଚାଇଲଡ ହେଲଥ ନାମକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତିବିଶେଷ ଛୋଟ ଝିଅଟିର ଜୀବନ ବଂଚାଇବା ପାଇଁ ଆର୍ôଥକ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ପିତା ମଦନ ନାୟକଙ୍କ ବ୍ୟାଙ୍କ ଆକାଉଂଟ ଏବଂ ଫୋନ୍ ପେ ନମ୍ବରରେ ଅର୍ଥ ପଠାଇବାକୁ ମଦନ ଅଶ୍ରୁଳ ନିବେଦନ କରିଛନ୍ତି । ସେଥିପାଇଁ ମୋବାଇଲ ନମ୍ବର ୯୯୦୩୩୮୩୭୫୩ ରେ ଯୋଗାଯୋଗ କରି କିଛି ଆର୍ôଥକ ସାହାଯ୍ୟ କଲେ ପିଲାଟିର ଜୀବନ ବଂଚିଯାଇ ପାରନ୍ତା । ତେବେ ନିମ୍ନଲିଖିତ ବ୍ୟାଙ୍କ ବିବରଣୀ ମାଧ୍ୟମରେ ଆପଣମାନେ ମଧ୍ୟ କୁନି ଝିଅଟିକୁ ଆର୍ôଥକ ସାହାଯ୍ୟ କରିପାରି ତାର ଜୀବନ ବଂଚାଇବାରେ ସହାୟକ ହୋଇପାରିବେ ।

ବ୍ୟାଙ୍କ- ଇଣ୍ଡିଆନ ବ୍ୟାଙ୍କ, ଆକାଉଂଟ ହୋଲଡ଼ର ନାମ- ମଦନ ନାୟକ, ଶାଖା- ଟଲିଗଞ୍ଜ, କୋଲକାତା

ଆକାଉଂଟ ନମ୍ବର- ୪୪୮୭୫୪୩୦୨, ଆଇଏଫଏସସି କୋଡ଼- ଆଇଡିଆଇବି୦୦୦ଟି୦୫୧

ଫୋନ ପେ ନମ୍ବର- ୯୯୦୩୩୮୩୭୫୩, ଯୋଗାଯୋଗ ନମ୍ବର- ୯୯୦୩୩୮୩୭୫୩ ରହିଛି ।

Comments are closed.