ଡାଏବେଟିସ ରୋଗୀ କୋବି ଖାଇବା ଅନୁଚିତ !

74

କୋବିର ଅନେକ ଫାଇଦା ରହିଛି । କୋବିରେ ଅନେକ ପ୍ରକାର ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଆଣ୍ଟିଅକ୍ସିଡେଣ୍ଟ ଯୋଗୁଁ ଏହା ଶରୀରରେ ଫ୍ରି ରେଡ଼ିକାଲ୍ସ ହେବାକୁ ଦିଏନାହିଁ ଯାହାଫଳରେ କୋଷରେ ସୁଜନ ହୋଇନଥାଏ । କୋଷରେ ସୁଜନ ହେଲେ ଅନେକ ରୋଗ ଉତ୍ପତ୍ତ ହୋଇଥାଏ । କୋବିରେ ଭିଟାମିନ ଏ,ବି, ସି ଓ ପୋଟାସିୟମ ଅଛି । ଏହା ଶୀତ ଋତୁରେ ମିଳେ । ସେଥିପାଇଁ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର ମଧ୍ୟ । କୋବିରେ ବହୁ ମାତ୍ରାରେ ଫାଇବର ଅଛି ଯାହା ପାଚନ ପାଇଁ ଭଲ । ଏହା ମୌସୁମୀ ଫ୍ଲୁରୁ ମଧ୍ୟ ରକ୍ଷା କରିଥାଏ । କୋବି ଖାଇବା ଦ୍ୱାରା ମୁଡ଼ ମଧ୍ୟ ଭଲ ରହେ ବୋଲି କୁହାଯାଏ । ଏତେ ଗୁଣ ଥିଲେ ମଧ୍ୟ କିଛି ଲୋକଙ୍କୁ କୋବି ଖାଇବାକୁ ମନା କରାଯାଇଥାଏ।

କେଉଁମାନେ କୋବି ଖାଇବା ଉଚିତ ନୁହେଁ :

ଏଲର୍ଜୀ ଥିବା ଲୋକ :ବିଶେଷଜ୍ଞଙ୍କ ଅନୁଯାୟୀ, ଯେଉଁମାନଙ୍କୁ କୋବିରୁ ଏଲର୍ଜୀ ହୁଏ ସେମାନେ କୋବି ଖାଇବା ଉଚିତ ନୁହେଁ । କିଛି ଲୋକଙ୍କୁ କୋବିରୁ ଏଲର୍ଜୀ ହୁଏ । ଏମାନେ ଡାକ୍ତରଙ୍କୁ ପରାମର୍ଶ କରି କୋବି ଖାଇବା ଉଚିତ ।

ଡାଏବେଟିସ : କୋବି ଡାଏବେଟିସ ରୋଗୀଙ୍କ ବ୍ଲଡ଼ ସୁଗାର ଲେଭଲକୁ ପ୍ରଭାବିତ କରିପାରେ । ଯଦି ଆପଣଙ୍କୁ ଡାଏବେଟିସ ଅଛି ତାହେଲେ କୋବି ଖାଇବା ପରେ ସୁଗାର ଟେଷ୍ଟ କରନ୍ତୁ । ଯଦି ସୁଗାର ଲେଭଲ କମ କିମ୍ବା ବେଶୀ ଅଛି ତାହେଲେ କୋବି ଖାଆନ୍ତୁ ନାହିଁ ।

ଥାଇରଏଡ : ଯେଉଁମାନେ ହାଇପୋଥାଇରଏଡରେ ପୀଡିତ ସେମାନେ ମଧ୍ୟ କୋବି ଖାଇଲେ ଅଧିକ ସମସ୍ୟା ହୋଇପାରେ । ସେଥିପାଇଁ ଏମାନେ ମଧ୍ୟ କୋବି ଖାଇବା ଉଚିତ ନୁହେଁ ।

ସର୍ଜରୀ : ଯଦି ଆପଣଙ୍କର କିଛି ସର୍ଜରୀ ହୋଇଛି ତାହେଲେ କୋବି ଖାଆନ୍ତୁ ନାହିଁ । ଏହା ଗ୍ଲୁକୋଜ ଲେଭଲକୁ ପ୍ରଭାବିତ କରିଥାଏ । ସେଥିପାଇଁ ସର୍ଜରୀ ପରେ ଦୁଇ ସପ୍ତାହ ଯାଏଁ କୋବି ନ ଖାଇବା ଭଲ ।

Comments are closed.