ଓଡ଼ିଶାର ହାଇସ୍କୁଲ ରୂପାନ୍ତରକୁ ନେଇ ସାରା ଦେଶରେ ଚର୍ଚ୍ଚା : ଟ୍ୱିଟର ଟ୍ରେଣ୍ଡିଂରେ ୧ ନମ୍ବର ରାଜ୍ୟର ସ୍ମାର୍ଟ ସ୍କୁଲ

77

ଭୁବନେଶ୍ୱର : ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଛି ରୂପାନ୍ତର । ୫-ଟି ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣରେ ଭିତ୍ତିଭୂମିର ବିକାଶ ସହ ଶିକ୍ଷକ ନିଯୁକ୍ତିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ସୁଦୃଢ଼ ହୋଇଛି ଭିତ୍ତିଭୂମି ଏବଂ ଗୁଣାତ୍ମକ ଶିକ୍ଷା ପାଇଁ ପ୍ରସ୍ତୁତ ହୋଇଛି ଉନ୍ନତ ଶୈକ୍ଷିକ ପରିବେଶ । ୫-ଟି ହାଇସ୍କୁଲ ଟ୍ରାନ୍ସଫରେମେସନ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନନ ସ୍କୁଲର ଭିତ୍ତିଭୂମିର ରୂପାନ୍ତର କରାଯାଇ ସ୍ମାର୍ଟ କ୍ଲାସ ରୁମ୍, ଇଲାଇବ୍ରେରୀ, ଆଧୁନିକ ପରୀକ୍ଷାଗାର, ଉନ୍ନତ ପରିମଳ ବ୍ୟବସ୍ଥା, ଖେଳପଡିଆ ତଥା ସ୍କୁଲର ପରିବେଶକୁ ଶିକ୍ଷା ଅନୁକୂଳ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି । ଓଡ଼ିଶାର ଏହି ପଦକ୍ଷେପକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ସରକାରୀ ସ୍କୁଲରେ ଏପରି ପରିବର୍ତ୍ତନ ଦେଖି ସମସ୍ତ ଦେଶବାସୀ ପ୍ରଶଂସା କରୁଛନ୍ତି । ଆଉ ଏବେ ଓଡିଶାର ସ୍ମାର୍ଟ ସ୍କୁଲକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା । ଟ୍ୱିଟରରେ ଟ୍ରେଣ୍ଡ କରୁଛି ।

ଟ୍ୱିଟରରେ ପ୍ରାୟ ୨ରୁ ୩ ଘଣ୍ଟା ହେବ ୧ ନମ୍ବର ସ୍ଥାନରେ ଟ୍ରେଣ୍ଡ କରୁଛି ଓଡିଶାର ସ୍ମାର୍ଟ ସ୍କୁଲ । ଏହାର ଅର୍ଥ ଓଡିଶା ସରକାରଙ୍କ ଏହି ବିକାଶ ମୂଳକ କାମକୁ ଟ୍ୱିଟରରେ ଅଧିକ ଥର ଲୋକ ବ୍ୟବହାର କରିଛନ୍ତି ବା ଖୋଜିଛନ୍ତି । ଯେଉଁଥିପାଇଁ ଏବେ ଏହା ଟ୍ୱିଟରରେ ଟ୍ରେଣ୍ଡ କରୁଛି । ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅଭୁତପୂର୍ବ ପରିବର୍ତ୍ତନ ଆଣିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ଦେଲଥ୍ କାର୍ଡ ବଣ୍ଟନ କରି ରାଜ୍ୟବାସୀଙ୍କ ଚିକିତ୍ସା ଖର୍ଚ୍ଚକୁ ଲାଘବ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗରିବ ଲୋକଟିଏ ଏଣିକି ବଡ ବେସରକାରୀ ମେଡିକାଲରେ ମଧ୍ୟ ବିନା ମୂଲ୍ୟରେ ଚିକିତ୍ସା ପାଇପାରିବ । ରାଜ୍ୟବାସୀଙ୍କୁ ଜଟିଳ ସ୍ୱାସ୍ଥ୍ୟସମସ୍ୟା କ୍ଷେତ୍ରରେ ଆଉ ଜମିବାଡି ବ୍ରିକି କରିବାକୁ ପଡିବନି । ରାଜ୍ୟ ତଥା ରାଜ୍ୟ ବାହାରର ୨୦୦ଶହରୁ ଉର୍ଦ୍ଧ୍ୱ ବଡ ବଡ ବେସରକାରୀ ମେଡିକାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଜ ଯୋଜନା ଉପଲବ୍ଧ ରହିଛି । ସ୍ୱାସ୍ଥ୍ୟ ସହ ଶିକ୍ଷା ମଧ୍ୟ ରାଜ୍ୟବାସୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଯାହାକୁ ମୁଖ୍ୟମନ୍ତ୍ରୀ ବେଶ୍ ଭଲ ଭାବେ ବୁଝନ୍ତି । ଏଣୁ ୫-ଟି ହାଇସ୍କୁଲ ଟ୍ରାନ୍ସଫରେମେସନ୍ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ୧୦୭୫ଟି ସ୍କୁଲର ରୂପାନ୍ତରଣ ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା ବେଳେ, ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ରୂପାନ୍ତର କରାଯିବ ବୋଲି ସେ କହିଛନ୍ତି ।

ଶିକ୍ଷା ବ୍ୟବସ୍ଥାରେ ଡିଜିଟାଲ ଜ୍ଞାନକୌଶଳର ପ୍ରୟୋଗକୁ ବର୍ତ୍ତମାନ ପରିସ୍ଥିତିରେ ଜରୁରି ଆବଶ୍ୟକତା ରହିଛି । ନୂତନ ଶିକ୍ଷା ପରିବେଶରେ ପିଲାମାନଙ୍କୁ ସେମାନଙ୍କ ସ୍ୱପ୍ନକୁ ସାକାର ରୂପ ଦେବାପାଇଁ ସବୁପ୍ରକାର ସୁଯୋଗ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟ ଜାରି ରଖିଛନ୍ତି । ତେବେ ସରକାରଙ୍କ ଏହି ଉନ୍ନତୀମୂଳକ କାମକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଭାରତରେ ଅଧିକାଂଶ ଲୋକ ଟ୍ୱିଟରର ବ୍ୟବହାର କରିଥାନ୍ତି । ସାରା ବିଶ୍ୱରେ ଟ୍ୱିଟର ବ୍ୟବହାର କରିବାରେ ଭାରତ ତୃତୀୟ ସ୍ଥାନରେ ରହିଛି ।

Comments are closed.