ବ୍ରିଟେନ୍ ପାର୍ଲାମେଣ୍ଟରେ ତଥ୍ୟ ଉପସ୍ଥାପନ କଲେ ହାର୍ଭାର୍ଡ ବୈଜ୍ଞାନିକ : ଉହାନ୍ ଲ୍ୟାବ୍ କରୋନାର ଉତ୍ପତ୍ତି ସ୍ଥଳ

68

ନୂଆଦିଲ୍ଲୀ : ପ୍ରାକୃତିକ ନୁହେଁ କରୋନା ଭାଇରସ୍ । ଉହାନ୍ ଲ୍ୟାବ୍ରୁ ଆସି ସୃଷ୍ଟି କରିଛି ପ୍ରଳୟ । ଲ୍ୟାବ୍ ଲିକ୍ ଥିଓରୀ ସବୁଠୁ ବେଶୀ ବିଶ୍ୱାସଯୋଗ୍ୟ । ଏଭଳି ଦାବି କରିଛନ୍ତି ହାର୍ଭାର୍ଡ ବୈଜ୍ଞାନିକ ଡକ୍ଟର ଆଲେନା ଚାନ୍ । ଏନେଇ ସେ ବ୍ରିଟେନ୍ର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସିଲେକ୍ଟ କମିଟିକୁ ଏକ ରିପୋର୍ଟ ଦେଇଛନ୍ତି । ପୋର୍ଟରେ କୁହାଯାଇଛି,ଉହାନ୍ ଲ୍ୟାବ୍ରେ ଚୀନୀୟ ପଦ୍ଧତିରେ ତିଆରି ହୋଇଛି କରୋନା ଭାଇରସ୍ । ଏହାର ଫ୍ୟୁରିନ୍ କ୍ଲିଭିୟସ୍ ପାଇପ୍ ନାମକ ଏକ ସ୍ୱତନ୍ତ୍ର ଫିଚର ପାଇଁ ମହାମହାରୀ ସୃଷ୍ଟି ହୋଇଛି । ଫ୍ୟୁରିନ୍ କ୍ଲିଭିୟସ୍ ପାଇପ୍ ନଥିଲେ ମହାମାରୀ ସୃଷ୍ଟି କରିପାରିନଥାନ୍ତା କରୋନା ଭାଇରସ୍ । ଏହି ଗବେଷଣା ଉହାନ୍ ଲ୍ୟାବ୍ରେ ହିଁ ହୋଇଥିଲା । ଉହାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ ଫ୍ୟୁରିନ୍ କ୍ଲିଭିୟସ୍ ପାଇପ୍ ବିକଶିତ କରାଯାଉଥିଲା ବୋଲି ଡକ୍ଟର ଚାନ୍ କହିଛନ୍ତି । ଲ୍ୟାବ୍ ଲିକ୍ ଥିଓରୀକୁ ବିଶ୍ୱାସ କରିବାରେ ଅନ୍ୟ ବଳିଷ୍ଠ କାରଣ ବି ରହିଛି । ଡକ୍ଟର ଚାନ୍ କହିଛନ୍ତି ମହାମହାରୀକୁ ପ୍ରଥମେ ଘୋଡାଇବାକୁ ଚେଷ୍ଟା କରିଥିଲା ଚୀନ୍ । ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଦନ୍ତକୁ ମଧ୍ୟ ବାଟବଣା କରିଥିଲା । କରୋନା ଭାଇରସ୍ର ଉତ୍ପତ୍ତି ସ୍ଥଳ ଉପରେ ଡକ୍ଟର ଚାନ୍ଙ୍କ ସହ ମିଶି ପୁସ୍ତକ ଲେଖିଥିବା ଟୋରିପିୟର ଲର୍ଡ ରିଲେ କହିଛନ୍ତି ଦୁଇବର୍ଷର ଗବେଷଣା ପରେ ବି ଭାଇରସ୍ର ଉତ୍ପତ୍ତିସ୍ଥଳ ବୈଜ୍ଞାନିକମାନେ ଖୋଜି ପାଉନାହାନ୍ତି ।

ଏହି ଘଟଣା ଦାବି କରୁଛି ଯେ, ଉହାନ୍ରୁ ହିଁ ଭାଇରସ୍ ଲିକ୍ ହୋଇଛି । ମହାମାରୀର ଉତ୍ପତ୍ତିସ୍ଥଳ ସମ୍ପର୍କରେ ଜାଣିଥିବା ଲୋକଙ୍କ ପାଇଁ ଏବେ ସମ୍ନାକୁ ଆସିବା ବଡ ବିପଦ ବୋଲି ଡକ୍ଟର ଚାନ୍ କହିବା ସହ କେବେ ନା କେବେ ସତ ପଦାକୁ ଆସିବ ବୋଲି କହିଛନ୍ତି । କରୋନା ଭାଇରସ୍ ବ୍ୟାପିବା ପରଠାରୁ ଉହାନ୍ ଲ୍ୟାବ୍ ବୈଜ୍ଞାନିକମାନଙ୍କ ସନ୍ଦେହ ଦୃଷ୍ଟିରେ ରହିଛି । ଲ୍ୟାବ୍ ଲିକ୍ ଥିଓରୀ ଚର୍ଚ୍ଚାକୁ ଥରକୁ ଥର ଆସି ପୁଣି ଥମିଯାଉଛି । ମାତ୍ର ଚୀନ୍ ଅଭିଯୋଗକୁ ସବୁବେଳେ ଅସ୍ୱୀକାର କରିଆସୁଛି । କିଛିଦିନ ତଳେ ଏନେଇ ଆମେରିକା ଓ ଚୀନ୍ ମୁହାଁମୁହିଁ ହୋଇଥିଲେ । ବୈଜ୍ଞାନିକ ଡକ୍ଟର ଚାନ୍ଙ୍କ ଏଭଳି ଦାବି ପରେ ଚୀନ୍ ଉପରକୁ ଆଙ୍ଗୁଳି ଉଠିବା ନିଶ୍ଚିତ ହୋଇଯାଇଛି ।

Comments are closed.