୧୫ ଡିଗ୍ରୀ ତଳେ ଓଡ଼ିଶାର ୨୨ ସହର

62

ଭୁବନେଶ୍ୱର : ସମଗ୍ର ଓଡ଼ିଶାରେ ଶୀତର ଲହରି ଖେଳିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ସେଲସିୟସରୁ ତଳକୁ ଥିବା ସୂଚନା ମିଳିଛି । ବୁଧବାର ରାତିରେ ଓଡ଼ିଶାର ପ୍ରାୟ ୨୨ଟି ସ୍ଥାନରେ ନାପମାତ୍ରା ୧୫ ଡିଗ୍ରି ସେଲସିୟସ ତଳେ ରେକର୍ଡ ହୋଇଛି । ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ଥିଲା । ଏହାକୁ ଓଡ଼ିଶାର ସବୁଠାରୁ ଥଣ୍ଡା ସ୍ଥାନ ବୋଲି ବିବେଚନା କରାଯାଇଛି । ଅପରପକ୍ଷରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି, କେନ୍ଦୁଝରରେ ୧୦.୪ ଡିଗ୍ରି, ଝାରସୁଗୁଡ଼ାରେ ୧୦.୬ ଡିଗ୍ରି, କୋରାପୁଟରେ ୧୦.୬ ଡିଗ୍ରି, ଟିଟିଲାଗଡ଼ରେ ୧୦.୮ ଡିଗ୍ରି, ଭବାନୀପାଟଣାରେ ୧୧ ଡିଗ୍ରି, ସୁନ୍ଦରଗଡ଼ରେ ୧୧.୫ ଡିଗ୍ରି, ତାଳଚେରରେ ୧୨ ଡିଗ୍ରି ଏବଂ ଅନୁଗୁଳରେ ୧୨.୬ ଡିଗ୍ରି ରେକର୍ଡ ହୋଇଛି । ଠିକ୍ ସେହିପରି କଟକରେ ଗତ ରାତିର ତାପମାତ୍ରା ୧୪ ଡିଗ୍ରି ଏବଂ ଭୁବନେଶ୍ୱରରେ ୧୪.୪ ଡିଗ୍ରିକୁ ହ୍ରାସ ପାଇଛି । ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରିରୁ କମ୍ ରେକର୍ଡ ହୋଇଥିବା ଅନ୍ୟ ସ୍ଥାନଗୁଡ଼ିକ ହେଲା ସମ୍ବଲପୁର (୧୩.୫), ବାଲେଶ୍ୱର (୧୩.୯ ଡିଗ୍ରି), ମାଲକାନଗିରି (୧୪ ଡିଗ୍ରି ), ନୟାଗଡ଼ (୧୪ ଡିଗ୍ରି) ଏବଂ ବୌଦ୍ଧ (୧୪ ଡିଗ୍ରି) । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ଉତ୍ତର-ପଶ୍ଚିମ ଓ ଉତ୍ତର ଦିଗରୁ ଓଡ଼ିଶାକୁ ପ୍ରବାହିତ ହେବାକୁ ଥିବା ଥଣ୍ଡା ଶୁଷ୍କବାୟୁ ପ୍ରଭାବରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୩ରୁ ୪ ଡିଗ୍ରି ଯାଏ ହ୍ରାସ ପାଇବାର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ଶୀତପ୍ରବାହ ବୃଦ୍ଧି ପାଇବ । ୩ରୁ ୪ ଦିନ ପର୍ଯ୍ୟନ୍ତ ରାତିର ସ୍ୱାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳେ ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

Comments are closed.