ଥାଇରଏଡ୍ ଯୋଗୁଁ ପୁରୁଷଙ୍କ ମଧ୍ୟରେ ଦେଖାଦିଏ ଗମ୍ଭୀର ସମସ୍ୟା

71

ଆଜିକାଲି ଅଧିକାଂଶ ଲୋକଙ୍କ ମଧ୍ୟରେ ଥାଇରଏଡ ସମସ୍ୟା ଦେଖିବାକୁ ମିଳୁଛି । ଏହାର ଅନେକ ଲକ୍ଷଣ ଅଛି ଯାହା ପୁରୁଷ ଓ ମହିଳାଙ୍କ ମଧ୍ୟରେ ପରିଲକ୍ଷିତ ହୁଏ । ତେବେ କିଛି ଲକ୍ଷଣ କେବଳ ପୁରୁଷଙ୍କ ମଧ୍ୟରେ ନଜର ଆସିଥାଏ । ହାଇପୋଥ।ଇରଏଡିଜିମ୍ ପୁରୁଷମାନଙ୍କଠାରେ କମ୍ ଟେଷ୍ଟୋଷ୍ଟେରନ୍ ହର୍ମୋନ, ଦୁର୍ବଳ ଏକାଗ୍ରତା ଏବଂ ମାଂସପେଶୀରେ ଯନ୍ତ୍ରଣା ସମସ୍ୟା ହୋଇଥାଏ । ଏହି ଲକ୍ଷଣକୁ ନଜରଅନ୍ଦାଜ କରିବା ଭାରି ପଡିପାରେ । ଥାଇରଏଡ ହର୍ମୋନ ଅନିୟନ୍ତ୍ରିତ ହେଲେ ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ । ଅନିୟନ୍ତ୍ରିତ ହର୍ମୋନ ହାଇ କୋଲେଷ୍ଟ୍ରୋଲ, ଓଜନ ବୃଦ୍ଧି, ହାଇପୋଥାଇରଏଡିଜିମ୍ ଓ ହାଇପୋଥାଇରଏଡିଜିମର କାରଣ ହୋଇପାରେ । ପୁରୁଷଙ୍କ ମଧ୍ୟରେ ଥାଇରଏଡର ଲକ୍ଷଣ । ଥାଇରଏଡ ଯୋଗୁଁ ପୁରୁଷଙ୍କ ମାଂସପେଶୀରେ ଯନ୍ତ୍ରଣା, ଥକାପଣ, ଦୁର୍ବଳତା, ଲଗାତାର ଓଜନ ବଢିବା ବା କମିବା, ଟେଷ୍ଟୋଷ୍ଟେରନ୍ ହର୍ମୋନର ସ୍ଥର କମିବା, ଡିପ୍ରେସନ, କେଶ ଝଡ଼ିବା, ହାଇ କୋଲେଷ୍ଟ୍ରୋଲ ସମସ୍ୟା ହୋଇପାରେ । ତରତର ହୋଇ ଭୋଜନ କରନ୍ତୁ ନାହିଁ । ତରତର ହୋଇ ଭୋଜନ ନ କରି ଭଲ ଭାବେ ଚୋବେଇ ଖାଆନ୍ତୁ । ଏହା ଦ୍ୱାରା ଥାଇରଏଡ ଗ୍ରନ୍ଥିକୁ ଭୋଜନକୁ ଶକ୍ତିରେ ବଦଳାଇବାରେ ସାହାଯ୍ୟ ମିଳିଥାଏ ଏବଂ ଆବଶ୍ୟକତା ଠାରୁ ଅଧିକ ଭୋଜନ ମଧ୍ୟ କରନ୍ତୁ ନାହିଁ । ସିଗାରେଟରେ ଥାୟୋସାଇନେଟ୍ ଏବଂ ନିକୋଟିନ୍ ଥାଏ । ଏହା ଆୟୋଡିନର ନିର୍ଗମନକୁ ବଢ଼ିଥାଏ ଯାହା ଥାଇରଏଡ କାର୍ଯ୍ୟକୁ ପ୍ରଭାବିତ କରିଥାଏ ।

ସେଥିପାଇଁ ଧୂମପାନ କରନ୍ତୁ ନାହିଁ । ଥାଇରଏଡ ପୀଡିତ କ୍ୟାଫେନ ଯୁକ୍ତ ପାନୀୟ ସେବନ କରିବା ଉଚିତ ନୁହେଁ । କ୍ୟାଫେନ ସେବନ ଥାଇରଏଡ ହର୍ମୋନକୁ ଅସନ୍ତୁଳିତ କରିଥାଏ । ଭିଟାମିନ ଏ ଥାଇରଏଡ ନିୟନ୍ତ୍ରଣ କରିବାକୁ ସବୁଠାରୁ ଭଲ ବିକଳ୍ପ । ନ୍ୟୁଟ୍ରିସନ ଏକ୍ସପର୍ଟଙ୍କ ପରାମର୍ଶ ନେଇ ଭିଟାମିନ ଏ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଡାଏଟରେ ଗାଜର,ଅଣ୍ଡା, ପାଳଙ୍ଗ ଶାଗ ଆଦି ସାମିଲ କରନ୍ତୁ । ନିୟମିତ ଯୋଗ ଓ ବ୍ୟାୟାମ କରିବା ଥାଇରଏଡ ରୋଗୀଙ୍କ ପାଇଁ ହିତକର । ଥାଇରଏଡ ଜଡିତ ସମସ୍ୟାରୁ ମୁକ୍ତ ହେବାକୁ ନିୟମିତ ଯୋଗ କରନ୍ତୁ ।

Comments are closed.