ସିଲେଟପାଣି ଠାରେ ଉଦଘାଟନ ହେଲା ମାଣ୍ଡିଆ ମଣ୍ଡି

71

ନୂଆପଡ଼ା : ନୂଆପଡା ଜିଲ୍ଲା କୋମନା ବ୍ଲକ ଦରଲିମୁଣ୍ଡା ଗ୍ରାମପଂଚାୟତ ଅନ୍ତର୍ଗତ ସିଲେଟପାଣି ଗ୍ରାମ ଠାରେ ଆଜି ଆରମ୍ଭ ହୋଇଅଛି ମାଣ୍ଡିଆ ମଣ୍ଡି । ଜିଲ୍ଲାପାଳ ସ୍ବଧାଦେବ ସିଂ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ କରିବା ସହ ମାଣ୍ଡିଆ ଏକ ସୁସ୍ଥ କ୍ଷୁଦ୍ର ଖାଦ୍ୟଶସ୍ୟ ଅଟେ ବୋଲି ମତବ୍ୟକ୍ତ କରିଥିଲେ । ମା ସୁନାଦେଇ କୃଷି ଉତ୍ପାଦନ ଦଳକୁ ଆଠ ଗୋଟି ସ୍ଥାନରେ ମଣ୍ଡି ଖୋଲି ୫୦୦୦ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ପାଇଁ ବ୍ୟବସ୍ଥା ରହିଅଛି ।

ଜିଲ୍ଲା କୃଷି ଅଧିକାରୀ ନିରଞ୍ଜନ ଦାଶ, ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ମହାପାତ୍ର, ସିପିଏସଡବ୍ଲୁ କାର୍ଯ୍ୟକରି ସମ୍ପାଦକ ବିରଞ୍ଚି ନାରାୟଣ ମହାପାତ୍ର, ୱାସନା ଟିକେଶ୍ବର ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଜି ବ୍ୟାପକ ମାତ୍ରାରେ ମାଣ୍ଡିଆ ସଂଗ୍ରହ ହୋଇଥିବା ସୂଚନା ମିଳିଛି ।

Comments are closed.