ଯୁକ୍ତ ୩ ପାଠ୍ୟକ୍ରମରେ ଯୋଡି ହେଲା ନୀତିଶାସ୍ତ୍ର

68

ଭୁବନେଶ୍ୱର : ଯୁକ୍ତ ୩ରେ ପଢାଯିବ ନୂଆ ବିଷୟ । ଯୁକ୍ତ ୩ ରେ ଏକ ବାଧ୍ୟତାମୂଳକ ବିଷୟ ଭାବେ ଯୋଡ଼ି ହୋଇଛି ନୈତିକ ଶିକ୍ଷା ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ’ ବା ‘ଏଥିକ୍ସ ଆଣ୍ଡ ଭାଲ୍ୟୁଜ୍’ ବହି ପ୍ରସ୍ତୁତ କରାଯାଇଛି ।

ଶନିବାର ଦିନ ପରିଷଦର କାର୍ଯ୍ୟାଳୟରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି । ଏହି ବିଷୟରେ ୬ଟି ୟୁନିଟ ରହିଛି । ଯୁକ୍ତ ୩ ସ୍ତରରେ ୬ଟି ସେମିଷ୍ଟରର ପ୍ରତି ସେମିଷ୍ଟରରେ ଗୋଟିଏ ଲେଖାଏଁ ୟୁନିଟ ସ୍ଥାନ ପାଇଛି ଓ ପ୍ରତ୍ୟେକ ୟୁନିଟ ୨୫ ମାର୍କ ବିଶିଷ୍ଟ ହେବ । ଗୋଟିଏ ୟୁନିଟରେ ୧୫ଟି ପିରିୟଡ ରହିବ । ଚଳିତ ଶିକ୍ଷାବର୍ଷରୁ ୟୁଜି ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ । ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ କେବଳ ସଫଳ ନୁହେଁ, ଉତମ ମଣିଷଭାବେ ଗଢିତୋଳିବା ଏହି ପାଠ୍ୟକ୍ରମର ଲକ୍ଷ୍ୟ ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ ସାହୁ କହିଛନ୍ତି ।

Comments are closed.