ସାନ୍ତପୁର ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବିତରଣ ଓ ପ୍ରତିମୂର୍ତ୍ତି ଉନ୍ମୋଚନ

72

ସାଲେପୁର : କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ରବିବାର ଦିନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ, ଉଦଘାଟନ, ଶିଳାନ୍ୟାସ ତଥା ଭତ୍ତା ବଣ୍ଟନ କରିଛନ୍ତି । ବିଧାୟକ ଶ୍ରୀ ବେହେରା ଜନାର୍ଦ୍ଦନ ପୁର, କଳମିଶ୍ରି, ବନ୍ଧୁପୁର ପଞ୍ଚାୟତରେ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରିବାସହ କେତେକ ପ୍ରକଳ୍ପ ଉଦଘାଟନ କରିଥିଲେ । ଶେଷରେ ସାନ୍ତପୁର ପଞ୍ଚାୟତରେ ଚିତ୍ରୋତ୍ପଳା ସେତୁର ଉଭୟ ପାର୍ଶ୍ୱରେ ସ୍ବର୍ଗତ ପ୍ରାକ୍ତନ ମନ୍ତ୍ରୀ କାଳିନ୍ଦୀ ବେହେରା ଏବଂ ପ୍ରାକ୍ତନ ବିଧାୟକ ମାୟାଧର ସେଠୀଙ୍କର ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯାଇଥିଲା । ସାନ୍ତପୁର ପଞ୍ଚାୟତ ପ୍ରାଙ୍ଗଣରେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ବିଧାୟକ ପ୍ରଭାତ ତ୍ରିପାଠୀ ମୁଖ୍ୟ ଅତିଥି, ଚଳଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ବିଧାୟକ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇ ବିଜୁ ସ୍ୱାସ୍ଥ୍ୟ କାର୍ଡର ଉପଯୋଗୀତା ଓ ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ ।

ପ୍ରତିମୂର୍ତ୍ତି ସ୍ଥାପନ କମିଟି ସଭାପତି ଭୈରବ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡା. ରଶ୍ମିତା ସେଠୀ, ବି ଡି ଓ କର୍ଣ୍ଣଦେବ ସମାଦାର, ପ୍ରମୋଦ ମହାପାତ୍ର, ସରପଞ୍ଚ ବିଜୟ ଲକ୍ଷ୍ମୀ ମୁଦୁଲି, ପ୍ରମୁଖ ଉଦବୋଧନ ଦେଇ ଥିଲେ । ଶ୍ରୀ ଅଚ୍ୟୁତାନନ୍ଦ ଦାସ ସ୍ୱାଗତ ସୂଚନା ଦେଇଥିବା ବେଳେ ସମାଜସେବୀ ନୃସିଂହ ଚରଣ ମୁଦୁଲି କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମରେ ବ୍ଲକ ବି ଜେ ଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ, ପର୍ଯ୍ୟବେକ୍ଷକ ରମେଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.