ଅପହଞ୍ଚ ଇଲାକାର ରୋଗୀଙ୍କ ନିକଟରେ ପହ୍ଞ୍ଚିବେ ବିଶେଷଜ୍ଞ ଡାକ୍ତର : ୪ ଜିଲ୍ଲାରେ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ

75

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା’ର ଉଦ୍ଘାଟନ କରିଛନ୍ତି । ଏହି ସେବାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସିବ୍ୟକ୍ତ କରିବା ସହିତ ଏହାଦ୍ୱାରା ଏହି ୪ଟି ଜିଲ୍ଲାର ଗରିବ ଜନସାଧାରଣ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଆଶାପ୍ରକାଶ କରିଛନ୍ତି । ଏହା ଜରିଆରେ ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ବି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳିବ । ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର, କଟକର ବଡ଼ ହସ୍ପିଟାଲକୁ ଆସିବାକୁ ପଡ଼ିବନି । ସେମାନଙ୍କୁ ସେମାନଙ୍କ ଜିଲ୍ଲା ଚିକିତ୍ସାଳୟରେ ହିଁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର “ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା’ ଆରମ୍ଭ କରିଛନ୍ତି । ବିଭିନ୍ନ ମେଡିକାଲ କଲେଜ ଏବଂ କର୍ପୋରେଟ୍ ହସ୍ପିଟାଲର ଦକ୍ଷ ଓ ସ୍ୱନାମଧନ୍ୟ ଡାକ୍ତରମାନେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଏହିସବୁ ଜିଲ୍ଲାର ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ସେଠାରେ ହୃଦ୍ରୋଗୀ, ସ୍ନାୟୁରୋଗୀ, କିଡନୀ ଓ ମୂତ୍ରାଶୟ ରୋଗୀଙ୍କ ଭଳି ସୁପର ସ୍ପେସାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା କରିବେ ।

ଏଥିପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା ଏବେ ଚାରିଟି ଜିଲ୍ଲା ଯଥା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡିରେ ଆରମ୍ଭ ହେବ । ଏହି ଚାରିଟି ଜିଲ୍ଲାରେ ଲୋକଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇବା କଷ୍ଟକର ହେଉଥିବାରୁ ଏବଂ ବହୁ ଡାକ୍ତର ସେଠାରେ ରହିବାକୁ ରାଜି ହେଉନଥିବାରୁ ଏହି ଯୋଜନା ଦ୍ୱାରା ଗୁଣାତ୍ମକ ଚିକିତ୍ସା ଯୋଗାଇହେବ । ଏହି ଯୋଜନାରେ ଜଣେ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ କେଉଁ କେଉଁ ବିଶେଷଜ୍ଞ ଡାକ୍ତର ଆବଶ୍ୟକ ସେନେଇ ଏକ ତାଲିକା ପ୍ରସ୍ତୁତ କରି ସ୍ୱାସ୍ଥ୍ୟ ବିଭାଗକୁ ପଠାଯିବ । ଏଠାରୁ ପୂର୍ବରୁ ସ୍ୱତନ୍ତ୍ର ଡାକ୍ତରୀ ଦଳରେ ସାମିଲ୍ ହୋଇଥିବା ଡାକ୍ତରମାନଙ୍କ ମଧ୍ୟରୁ ଆବଶ୍ୟକ ଡାକ୍ତରଙ୍କୁ ତୁରନ୍ତ ହେଲିକପ୍ଟରରେ ପଠାଯିବ । ସେମାନେ ଅପରେସନ୍ ବା ଚିକିତ୍ସା କରିବା ପରେ ଭୁବନେଶ୍ୱର ଫେରିଆସିବେ । ଏବେ ଏସ୍ସିବିର କିଛି ଡାକ୍ତରଙ୍କୁ ନେଇ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ ହୋଇଛି । ପରେ ଏମ୍କେସିଜି, ବୁର୍ଲା ଏବଂ ବିଏସ୍କେୱାଇ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଘରୋଇ ଡାକ୍ତରଙ୍କୁ ବି ଏହି ସ୍ୱତନ୍ତ୍ର ଡାକ୍ତରୀ ଦଳରେ ସାମିଲ୍ କରାଯିବ ।

ଓଡ଼ିଶା ମ୍ୟୁନିସପାଲ୍ କ୍ୟାଡରରେ ୧୨୫ ଜୁନିୟର ଆସିଷ୍ଟାଣ୍ଟ,ଲୋକଙ୍କୁ ସେବା ଯୋଗାଇବାରେ ସ୍ୱଚ୍ଛତା ରଖନ୍ତୁ: ନବୀନ

ମୋ ସରକାରରେ ବିକାଶମୂଳକ ଯୋଜନାର ମୁଖ୍ୟ ହିତାଧିକାରୀ ହେଉଛନ୍ତି ଗରିବ ଓ ନିଷ୍ପେସିତ ଲୋକେ । ମୁଁ ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ଯେ, ସମସ୍ତ ନାଗରିକଙ୍କ ପ୍ରତି ସମ୍ବେଦନଶୀଳ ମନୋଭାବ ପୋଷଣା କରିବା ସହ ସେମାନଙ୍କ ସହିତ ଉଚିତ ବ୍ୟବହାର କରିବେ । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ନବ ନିଯୁକ୍ତ କର୍ମ·ରୀଙ୍କୁ ନେଇ ଲୋକସେବା ଭବନରେ ଅନୁଷ୍ଠିତ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହ ଓ ନଗର ଉନ୍ନୟନ ବିଭାଗ ୫-ଟି ଅଧିନରେ ଜାଗା ମିଶନ, ମୁକ୍ତା, ଆହାର, ଉନ୍ନତି, ଡ୍ରିଙ୍କ୍ ଫ୍ରମ୍ ଟେପ୍, ଅର୍ବାନ ୱାଟର ସପ୍ଳାଏ, ଅର୍ବାନ ସାନିଟେସନ୍, ଗରିମା ଭଳି ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି । ଯାହା ଫଳରେ ସହରାଞ୍ଚଳର ଲୋକେ ବେଶ୍ ଉପକୃତ ହୋଇପାରିଛନ୍ତି । ତେବେ ସମସ୍ତ ୧୧୪ଟି ମ୍ୟୁନିସିପାଲିଟିରେ କନିଷ୍ଠ ସହାୟକଙ୍କ ନିଯୁକ୍ତି ପରେ ଯୋଜନାକୁ କାର୍ଯ୍ୟକାରୀ କରିବାରେ ସେମାନେ ଅଧିକ ସହାୟକ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହିତ ନବ ନିଯୁକ୍ତ କର୍ମଚାରୀଙ୍କୁ ୫-ଟି ଓ ମୋ ସରକାରର ମୂଳଲକ୍ଷ୍ୟକୁ ବୁଝାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗରେ ଖାଲି ଥିବା ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ସବୁ ଖାଲି ପଦବୀ ପୂରଣ ନେଇ ସପୂର୍ଣ୍ଣ ପଦକ୍ଷେପ ନିଆଯାଉଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏଥିସହିତ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ନବ ନିଯୁକ୍ତ କର୍ମ·ରୀଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଆପଣମାନେ ଏକ ସ୍ୱଚ୍ଛ ପ୍ରକ୍ରିୟା ମଧ୍ୟରେ ସରକାରୀ ଚାକିରି ପାଇଛନ୍ତି ଏବଂ ଲୋକଙ୍କୁ ସେବା ଯୋଗାଇଦେବା ବେଳେ ମଧ୍ୟ ସ୍ୱଚ୍ଛତା ଅବଲମ୍ବନ କରିବେ ଏବଂ ଗରିବ ଲୋକଙ୍କ କଲ୍ୟାଣ ଦିଗରେ ସମ୍ପୂର୍ଣ୍ଣ ନିଷ୍ଠାର ସହ କାର୍ଯ୍ୟ କରିବେ ।

Comments are closed.